ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ସ୍ୱାମୀ-ସ୍ତ୍ରୀ ହୋଇ ଦୀର୍ଘ ବର୍ଷ ରହିବା ସତ୍ତ୍ୱେ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ପର ପୁରୁଷଙ୍କ ସହ ପତ୍ନୀ ଅନୈତିକ ସମ୍ପର୍କ ଥିବା ସ୍ୱାମୀ ଆଶଙ୍କା କରୁଥିଲେ। ପତ୍ନୀ ମଧ୍ୟ ସ୍ୱାମୀଙ୍କ ସମ୍ପର୍କ ଅନ୍ୟ ମହିଳାଙ୍କ ସହ ରହିଥିବା ଭାବୁଥିଲେ।
ବାସ୍ ଏଥିଯୋଗୁ ଆରମ୍ଭ ହୋଇଥିଲା ଝଗଡ଼ା। ଆଉ ଏହି ଝଗଡ଼ା ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଛି। ରବିବାର ପତ୍ନୀଙ୍କୁ କ୍ରିକେଟ ବ୍ୟାଟରେ ପିଟିପିଟି ହତ୍ୟା କରିଛନ୍ତି ସ୍ୱାମୀ। ହାଇଦ୍ରାବାଦର ଅମୀନପୁର ଅଞ୍ଚଳରୁ ଏପରି ଖବା ସାମ୍ନାକୁ ଆସିଛି।
ଅମୀନପୁର ର କେଏସ୍ଆର ନଗରରେ ବ୍ରହ୍ମା ଓ ତାଙ୍କ ପତ୍ନୀ କ୍ରିଷ୍ଣାବେନି(୩୭) ଦୁଇ ପିଲାଙ୍କୁ ନେଇ ରୁହନ୍ତି। ଝିଅ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀର ଛାତ୍ର। କ୍ରିଷ୍ଣାବେନି କୋହିର ଡସିସିବି ବ୍ୟାଙ୍କରେ ଆସିସଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ। ବ୍ରହ୍ମା ରିୟଲ ଇଷ୍ଟେଟ ବ୍ୟବସାୟ ସହ ଜଡ଼ିତ। ପୁଅ-ଝିଅ ବଡ଼ବଡ଼ ହୋଇ ଯାଇଥିଲେ ହେଁ ଦମ୍ପତି ପରକୀୟା ପ୍ରୀତି ସନ୍ଦେହରେ ପରସ୍ପରକୁ ସବୁବେଳେ ଦୋଷାରୋପ କରୁଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ବି ଠିକଠାକ ନଥିଲା।
ପୁଲିସ୍ର କହିବା କଥା ଯେ ଦମ୍ପତି ପରସ୍ପରକୁ ପରକୀୟା ପ୍ରୀତିରେ ମାତି ଥିବା ଆକ୍ଷେପ କରୁଥିଲେ। ଏହି ସନ୍ଦେହକୁ ନେଇ ପ୍ରାୟତଃ ଝଗଡ଼ା କରନ୍ତି। ରବିବାର ମଧ୍ୟାହ୍ନ ସମୟରେ ଦୁଇ ଜଣ ପରସ୍ପରର ଚିରିତ୍ର ଉପରେ ପୁଣି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା।
ଆଉ କିଛି ସମୟ ମଧ୍ୟରେ ଏହା ଭୟଙ୍କର ରୂପ ନେଇଥିଲା। ଯୁକ୍ତିତର୍କ ବେଳେ ବ୍ରହ୍ମା ପୂରା ରାଗି ଯାଇଥିଲେ। ସେ ଘରେ ଥିବା ବ୍ୟାଟ୍ରେ କ୍ରିଷ୍ଣେବନିଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ସେ କ୍ରିକେଟ ବ୍ୟାଟରେ ପିଟି ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
କ୍ରିଷ୍ଣାବେନିଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ବ୍ରହ୍ମାଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଥିବା କହିଛି। ଘଟଣା ବେଳେ ଦମ୍ପତିଙ୍କ ପୁଅ-ଝିଅ ଘରେ ଥିଲେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା