January 27, 2026

Now Odisha

Now Odisha

Month: September 2025

ଦଳୀୟ ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁକୁ ୮ଦିନ ନପୁରୁଣୁ ବିଜେଡି ନିଜର ପୁରୁଣା ଅବିଶ୍ୱସନୀୟ ଚିତ୍ର ଓ ଚରିତ୍ରକୁ ପଦାକୁ ଆଣିଛି । ଦଳର ଉପସଭାପତି ପ୍ରଣବପ୍ରକାଶ ଦାସ(ବବି) ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ନୂଆପଡ଼ା ଗସ୍ତରେ ଯାଇ ଢ଼ୋଲକିଆଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ମାମଲାତି ଦେଖାଇ ସେଠାରେ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇଥିବା ବିଜେଡି ରାଜନୀତିକୁ ଗୋଳିଆ କରିଥିବା ଚର୍ଚ୍ଚା ହେଉଛି । ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବବିଙ୍କ ଏଭଳି ମାମଲାତି ଓ ହୀନ ରାଜନୀତି ଯୋଗୁ ପୂର୍ବତନ ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ଆଶାୟୀ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ବବି କେଉଁ କ୍ଷମତା ବଳରେ ଓ କାହା ନିର୍ଦ୍ଦେଶରେ ନୂଆପଡ଼ା ଗସ୍ତରେ ଯାଇ ସେଠାରେ ମାମଲାତି କରି ଉପନିର୍ବାଚନ ପୂର୍ବରୁ ସାଂଗଠନିକ ଅଶାନ୍ତି ସୃଷ୍ଟି କରୁଛନ୍ତି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି(ରାଜନୀତିକ ବ୍ୟାପାର କମିଟି) ଓ କୋର କମିଟି ଥାଇ ମଧ୍ୟ ବବି ପୁଣିଥରେ ଏଭଳି ମାମଲାତି କରି ସିଧାସଳଖ ଏହି ଦୁଇ କମିଟି ‘ଗୁରୁତ୍ୱହୀନ’ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ।(ସପ୍ତାହକ ଭିତରେ ୨ଥର ନୂଆପଡ଼ା ଗସ୍ତ)ବରିଷ୍ଠ ନେତା ଶ୍ରୀ ଢ଼ୋଲକିଆଙ୍କର ଗତ ୮ତାରିଖରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କିନ୍ତୁ ଏହି ସପ୍ତାହକ ମଧ୍ୟରେ ବବି ଦୁଇ ଦୁଇଥର ନୂଆପଡ଼ା ଗସ୍ତ କରିଛନ୍ତି । ଶ୍ରୀ ଢ଼ୋଲକିଆଙ୍କ ପାର୍ଥିବ ଶରୀରକୁ ଦଳ ପକ୍ଷରୁ ଶେଷ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରରୁ ଯାଇଥିବା ଟିମରେ ବବି ସାମିଲ ହୋଇଥିଲେ । ଆଉ ଏହାର ୫ଦିନ ନପୁରୁଣୁ ପୁଣିଥରେ ନୂଆପଡ଼ା ଗସ୍ତରେ ଯାଇ ଗତକାଲି ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି । ଢ଼ୋଲକିଆଙ୍କ ଅନ୍ତିମ ସଂସ୍କାର ଓ ଶେଷଦର୍ଶନ କରିବାକୁ ନୂଆପଡ଼ା ଯାଇଥିବା ବବି ସେଠାରେ ଦଳର ହଜାର ହଜାର କର୍ମୀ(ଢ଼ୋଲକିଆଙ୍କ ସମର୍ଥକ)ଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ପୁରୁଣା ଗୋଟିଚାଳନା କରିଛନ୍ତି । ଢ଼ୋଲକିଆ ପରିବାରକୁ ଦଳୀୟ ଟିକେଟରୁ ବଂଚିତ କରିବା ଏବଂ ଅନ୍ୟଜଣେ ନେତାଙ୍କୁ ସମାନ୍ତରାଳ ଭାବେ ଆଗକୁ ଆଣି ଦଳୀୟ ଟିକେଟ୍ ରେସରେ ସାମିଲ କରାଇବା ପଛରେ ବବିଙ୍କ ଷଡ଼ଯନ୍ତ୍ର ରହିଥିବା ବିଜେଡି ମହଲରେ ଚର୍ଚ୍ଚା । ବବିଙ୍କ ଏଭଳି କାରନାମାକୁ ନେଇ ନୂଆପଡ଼ା ରାଜନୀତି ଏବେ ସରଗରମ ହୋଇଥିବା ସୂଚନା ମିଳିଛି । ତେବେ ବବିଙ୍କୁ ନୂଆପଡ଼ା ଯିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ଓ ସେ କେଉଁ କ୍ଷମତା ବଳରେ ନୂଆପଡ଼ା ଯାଇ ଏଭଳି ମାମଲାତି କରିଛନ୍ତି ତାହା ଏବେବି ସନ୍ଦେହଘେରରେ ।

 ଓ୍ବାଶିଂଟନ୍‌, ୧୬ା୯: ଆସନ୍ତା ୧୮ରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ୨୦୨୫ ଏଫ୍‌ଏ ୨୨ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ନିକଟ ଦେଇ ଅତିକ୍ରମ...

 ମୋରଡ଼ା,୧୭ା୯--ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ମଙ୍ଗଳବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଶ୍ରୁତି ପଟ୍ଟନାୟକ ଏହାର ବିଚାର କରି ଦୋଷୀ...

 ଭୁବନେଶ୍ୱର, ୧୭।୯: ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫-୨୬ ତାରିଖ ଆଡ଼କୁ...

 ନୂଆଦିଲ୍ଲୀ, ୧୬।୯: ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬...

କୁକୁରଙ୍କୁ ମିଳିବ ଆଜୀବନ ଜେଲ୍‌ଦଣ୍ଡାଦେଶ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି? କିନ୍ତୁ କଥାଟି ସତ। ଉତ୍ତର ପ୍ରଦେଶ ସରକାର ଦେଇଛନ୍ତି ଏଭଳି କିଛି ନିର୍ଦ୍ଦେଶ।ସେପ୍ଟେମ୍ବର ୧୦ ତାରିଖରେ...

ନେପାଳରେ ଜେନ୍‍-ଜେଡ୍‍ ପ୍ରତିବାଦ ଓ ହିଂସାର ଅନ୍ତ ଘଟିଛି ସତ କିନ୍ତୁ ଏହାର ସିଧାସଳଖ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡିଛି । ମାତ୍ର ଦୁଇ ଦିନର...

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପିଡ଼ିତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି।...

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ଆଜି...

ବେଆଇନ ବେଟିଂ 1xBet appର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥାପ୍ପାଙ୍କୁ ହାଜର ପାଇଁ ସମନ କରିଛି।...

error: Content is protected !!