January 25, 2026

Now Odisha

Now Odisha

୧୮ରୁ ବିଧାନସଭା ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକ ଆରମ୍ଭ…

Spread the love

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ । ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ବିଜେଡି, କଂଗ୍ରେସ ଓ ସିପିଏମ ବିଧାୟକ ମାନେ ଉପସ୍ଥିତ ରହିଛନ୍ତି । ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ।
ଉଭୟ ବିରୋଧୀ ଦଳ ଓ ଶାସକ ଦଳ ପାଇଁ ଏହି ଅଧିବେଶନ ବେଶ୍‍ ଗୁରୁତ୍ୱ ବହନ କରୁଛି । ଆସନ୍ତାକାଲି ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ପୃଥକ ପୃଥକ ଭାବେ ଅନୁଷ୍ଠିତ ହେବ । ସେହିପରି କାଲି ବିଜେପି ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ରହିଛି ।

error: Content is protected !!