ବେଆଇନ ବେଟିଂ 1xBet appର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥାପ୍ପାଙ୍କୁ ହାଜର ପାଇଁ ସମନ କରିଛି। ଏହି ଦୁଇ କ୍ରିକେଟରଙ୍କ ବ୍ୟତୀତ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ କରାଯାଇଛି।
ଉଥାପ୍ପାଙ୍କୁ ଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ଆସନ୍ତା ୨୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି। ସେହିପରି ଯୁବରାଜଙ୍କୁ ସେପ୍ଟେମ୍ବର ୨୩ ଓ ସୋନୁ ସୁଦଙ୍କୁ ୨୪ ତାରିଖରେ ହାଜର ହେବାକୁ କୁହାଯାଇଛି। 1xBet appର ପ୍ରଚାର ପ୍ରସାର ଏହି ସେଲିବ୍ରେଟିମାନେ କରିଥିଲେ। ଏହାଦ୍ୱାରା ସେମାଦେ କୌଣସି ଫାଇଦା ହାସଲ କରିଛନ୍ତି କି ନାହିଁ, ସେ ସମ୍ପର୍କରେ ଇଡି ଜାଣିବାକୁ ଚାହୁଁଛି।
ଇଡି ମନି ଲଣ୍ଡରିଂ ଓ ବିଦେଶ ଏକ୍ସଚେଞ୍ଜ ଉଲ୍ଲଙ୍ଘନର ଦିଗକୁ ଯାଞ୍ଚ କରୁଥିବା ବେଳେ ସେଲିବ୍ରେଟିମାନଙ୍କ ବୟାନ ରେକର୍ଡ କରାଯିବ। ଇଡି ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଏମାଙ୍କ ବୟାନ ରେକର୍ଡ କରିବ। ୧xବେଟ୍ରେ ଏମାନଙ୍କ ଭୂମିକା କ’ଣ ଥିଲା? ସେମାନେ କେତେ ଟଙ୍କା ପାଇଥିଲେ? ସେସବୁ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ୧xବେଟ୍ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି।
ଭାରତରେ ୧xବେଟ୍ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍ ସାମିଲ ଥିବା ଇଡି ଜାଣିବାକୁ ପାଇଛି।
ଏହାପର୍ବୂରୁ ଦୁଇ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ଶିଖର ଧୱନଙ୍କୁ ଇଡି ଜେରା କରିଥିଲା। ଏହାପରେ 1xBet ସହ ଜଡ଼ିତ ମାମଲାରେ ଋର୍ବଶୀ ରୌତେଲା ଓ ମିମି ଚକ୍ରବର୍ତ୍ତୀ ମଧ୍ୟ ଇଡି ଜେରାର ସମ୍ମୁଖୀନ ହୋଇଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |