ଭୁବନେଶ୍ୱର, ୧୭।୯: ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫-୨୬ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ, ୧୭ରୁ ୨୧ ସେପ୍ଟେମ୍ବର ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ତୋଫାନ, ବିଜୁଳି ଓ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବାର ପୂର୍ବାନୁମାନ ରହିଛି।
ଏହା ସତ୍ତ୍ୱେ, ଅକ୍ଟୋବର ୨ରେ ପାଳିତ ହେବାକୁ ଥିବା ବିଜୟା ଦଶମୀ ପାଇଁ ରାଜ୍ୟରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୂଜା ପାଣ୍ଡାଲ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି, କିନ୍ତୁ ବର୍ଷାର ଆଶଙ୍କା ଉତ୍ସବରେ ବାଧା ସୃଷ୍ଟି କରିପାରେ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…