କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁମେରମୁଣ୍ଡା ଗ୍ରାମ ଇଜୁରୁପା ସାହିର ସ୍ବର୍ଗତ ଯଦୁରାମ ମାଝୀଙ୍କ ଝିଅ ଶାନ୍ତି ମାଝୀ(୨୮)।
ପୋଲିସ ସୂଚନା ମୁତାବକ, ଶାନ୍ତି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିବା ପାଇଁ ନାଳ ହୁଡ଼ାରେ ଚଢୁଥିବା ବେଳେ ଗୋଡ ଖସିଯିବାରୁ ନାଳ ଭିତରେ ପଡି ପାଣିରେ ଭାସିଯାଇଥିଲେ। ସେ ସମୟରେ ଗାଧୋଉଥିବା କେତେଜଣ ଯୁବକ ଯୁବତୀଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଦେଖିଲାପରେ ଝିଅର ମୃତ୍ୟୁ ଘଟିଥିବା ଜାଣିପାରିଥିଲେ।
ଯୁବତୀଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ମାଝୀ ବିଶ୍ୱନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫/୨୬) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସ୍ଆଇ ପ୍ରବୀଣ ରଥ ପ୍ରକାଶ କରିଛନ୍ତି ।

More Stories
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ
ହତ୍ୟା କରିବା ପରେ ବାଇକ୍ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ
୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍ଡି ଡିଜି କହିଲେ…