କନ୍ତୁରୁ ଗାଁର ବୃଦ୍ଧ ନାଳରେ ପଡ଼ି ମୃତ ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ରବିବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାଯାଏ କନ୍ତୁରୁ ଗ୍ରାମ ତଳ ସାହିର ବସନ୍ତ କୁମାର ବିଶ୍ବାଳ ୬୮ ବର୍ଷୀୟ ବୃଦ୍ଧ ଶନିବାର ସନ୍ଧ୍ୟାରେ ସାହି କୋଠ ଘରେ ବସି ଟିଭି ଦେଖୁଥିଲେ । ବୃଦ୍ଧ ବସନ୍ତ ଟିଭି ଦେଖି ସାରି ସାହି ନିକଟରେ ଯାଇଥିବା ଘୋଡ଼ାଡ଼ିଆଁ ନାଳକୁ ନିତ୍ୟକର୍ମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବସନ୍ତ ସେହି ନାଳ ପାଣିରେ ପଡ଼ିଯାଇ ଜୀବନ ହରାଇଥିଲେ । ଏପଟେ ବସନ୍ତ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କାରଣ ଖାଇବାକୁ ପରିବାର ଲୋକେ ଚାହିଁବସି ଥିବା ବେଳେ ବସନ୍ତ ଘରକୁ ଆସିବା ବିଳମ୍ବ ହେବାରୁ ବର୍ଷା ରାତିରେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ରବିବାର ଭୋର ସମୟରେ ସାହିର କେତେକ ଲୋକମାନେ ଘୋଡ଼ାଡିଆଁ ନାଳକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ସେହି ନାଳ ପାଣିରେ ବସନ୍ତ ପଡିଥିବା ଦୃଶ୍ୟ ଦେଖି ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କୁ ଆସି ଜଣାଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ପରଜଙ୍ଗ ଥାନାକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇ ଏହାର ସତ୍ୟାସତ୍ୟ ଘଟଣା ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ ) admin September 28, 2025 Spread the love Post Views: 0 Continue Reading Previous: ଶେଷରେ ଧରାହେଲେ ୧୭ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦ…Next: କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ନିପାତ… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ