କନ୍ତୁରୁ ଗାଁର ବୃଦ୍ଧ ନାଳରେ ପଡ଼ି ମୃତ ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ରବିବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାଯାଏ କନ୍ତୁରୁ ଗ୍ରାମ ତଳ ସାହିର ବସନ୍ତ କୁମାର ବିଶ୍ବାଳ ୬୮ ବର୍ଷୀୟ ବୃଦ୍ଧ ଶନିବାର ସନ୍ଧ୍ୟାରେ ସାହି କୋଠ ଘରେ ବସି ଟିଭି ଦେଖୁଥିଲେ । ବୃଦ୍ଧ ବସନ୍ତ ଟିଭି ଦେଖି ସାରି ସାହି ନିକଟରେ ଯାଇଥିବା ଘୋଡ଼ାଡ଼ିଆଁ ନାଳକୁ ନିତ୍ୟକର୍ମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବସନ୍ତ ସେହି ନାଳ ପାଣିରେ ପଡ଼ିଯାଇ ଜୀବନ ହରାଇଥିଲେ । ଏପଟେ ବସନ୍ତ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କାରଣ ଖାଇବାକୁ ପରିବାର ଲୋକେ ଚାହିଁବସି ଥିବା ବେଳେ ବସନ୍ତ ଘରକୁ ଆସିବା ବିଳମ୍ବ ହେବାରୁ ବର୍ଷା ରାତିରେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ରବିବାର ଭୋର ସମୟରେ ସାହିର କେତେକ ଲୋକମାନେ ଘୋଡ଼ାଡିଆଁ ନାଳକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ସେହି ନାଳ ପାଣିରେ ବସନ୍ତ ପଡିଥିବା ଦୃଶ୍ୟ ଦେଖି ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କୁ ଆସି ଜଣାଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ପରଜଙ୍ଗ ଥାନାକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇ ଏହାର ସତ୍ୟାସତ୍ୟ ଘଟଣା ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ ) - Now Odisha
Skip to content
Post Views: 28
error: Content is protected !!
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…