ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି ଗ୍ରାମକୁ ପାଣି ଆସି ପାରୁନାହିଁ। ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିବା ସତ୍ତ୍ୱେ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଗୁରୁବାର ଗ୍ରାମବାସୀଙ୍କ ଓରବରସିଂହ ପଞ୍ଚାୟତର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମର ସାମାଜିକକର୍ମୀ ପଦ୍ମ ଚରଣ ପାଇକରାୟ, ନାଏବ ସରପଞ୍ଚ ପାଣ୍ଡବ ପ୍ରଧାନ, ସନ୍ତୋଷ ପ୍ରଧାନ, ଶିକ୍ଷାବିତ୍ ବିଶ୍ୱମ୍ବର ବଳିୟାରସିଂହ, ଅନିଲ ଚମ୍ପତ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବ୍ଲକସ୍ତରୀୟ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ପରେ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ପାଇପ୍ ମରାମତି କରିବା ପରେ ପାନୀୟଜଳ ଯୋଗାଣ ସ୍ବାଭାବିକ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର