ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି। ଡଙ୍ଗା ସୁବିଧା ନାହିଁ କି ବିଜୁଳି ସୁବିଧା ନାହିଁ, ଏଭଳି ସ୍ଥିତିରେ ମାର୍ଶାଘାଇ ବ୍ଲକ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।
ଏପରିକି ପିଲାମାନଙ୍କ ଅଙ୍ଗନୱାଡି ଏବଂ ସ୍କୁଲ ଯିବା ବନ୍ଦ ରହିଛି। ଲୋକେ ଥଣ୍ଡା ଜ୍ୱରରେ ପୀଡିତ ହୋଇଛନ୍ତି। ଔଷଧ ପାଇଁ ମାର୍ଶାଘାଇ ବଜାରକୁ ଯିବାକୁ ଲୋକେ ଆସି ପାରୁ ନାହାନ୍ତି। ଛାତିଏ ପାଣିରେ ପହଁରି ଗାଁ ଶିବ ମନ୍ଦିର ପାଖ କୂଳରେ ପହଞ୍ଚିଥିଲେ ଘୋଲ ଅଞ୍ଚଳର ରବୀନ୍ଦ୍ର ବସନ୍ତିଆ। ୱାର୍ଡସଭ୍ୟ ଚିତ୍ତରଞ୍ଜନ ବେହେରାଙ୍କ ସାଇକେଲ ନେଇ ମାର୍ଶାଘାଇ ବଜାରକୁ ଯାଇ ଓଷଧ କିଣିଥିଲେ। ମାର୍ଶାଘାଇ ଯଜ୍ଞ ପଡିଆ ପାର୍ଶ୍ୱରେ ବିଜୁଳି ଖୁଣ୍ଟ ସାହାଯ୍ୟରେ େ୧ଘାଲ ଅଞ୍ଚଳକୁ ବିଜୁଳି ଦିଆଯାଇଛି। ନଦୀରେ ବନ୍ୟା ଆସିଲେ ସୁରକ୍ଷା ଦୃଷ୍ଟିରୁ ବିଜୁଳି ସରବରାହ ବିଛିନ୍ନ କରାଯାଇଥାଏ।
ଅଞ୍ଚଳରେ ବିଜୁଳି ନ ଥିବାରୁ ମୋବାଇଲରୁ ଚାର୍ଜ ସରିଯାଇଛି, ତେଣୁ ଏକ ଦୋକାନରେ ଚାର୍ଜ କରି ସାରେ ପୁଣି ପାଣିରେ ପହଁରି ଘରକୁ ଫେରିଥିଲେ ରବୀନ୍ଦ୍ର। ବନ୍ୟା ଆସିଲେ ସମ୍ପୂର୍ଣ୍ଣ ପାଣିଘେରରେ ଏହି ୧୫ପରିବାର ରହିଯାଉଥିବା ନେଇ ବ୍ଲକ ପ୍ରଶାସନକୁ ଅବଗତ କରିବା ସହିତ ସେମାନଙ୍କ ପାଇଁ ଏକ ଡଙ୍ଗା ବ୍ୟବସ୍ଥା କରିବା ପାଇଁ ସୂଚନା ଦେଇଥିଲି ବୋଲି ମଣିକୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ପ୍ରତାପ ରାଉତ କହିଛନ୍ତି l

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର