ସ୍ଲୋଗାନରେ ଅଟକିବନି ନିଶାମୁକ୍ତ ଓଡ଼ିଶା ଅଭିଯାନ। ନିଶାମୁକ୍ତ ଗାଁ ଗଠନ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର। ଗାନ୍ଧୀ ଜୟନ୍ତିରୁ ମାସେ ଧରି ନିଶାମୁକ୍ତ ଅଭିଯାନ ଆରମ୍ଭ କରିବେ ସରକାର। ଅଧିକାଂଶ ବିଭାଗ ଏଥିରେ ସାମିଲ ହୋଇଥିବା ବେଳେ ମଦମୁକ୍ତ ପଞ୍ଚାୟତକୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଗାଁ ହେବ ମଦମୁକ୍ତ
ନିଶା ନ ଖାଇଲେ ପଞ୍ଚାୟତ ହେବ ପୁରସ୍କୃତ
ନିଶାମୁକ୍ତ ଗାଁ ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ନିଶାକୁ ନା, ଜୀବନକୁ ହଁ କିଛି ଏଭଳି ସଂକଳ୍ପ ନେଇ ଦ୍ବିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । ଅକ୍ଟୋବର ୨ରୁ ମାସେ ଧରି ଭୁବନେଶ୍ବରରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ପଞ୍ଚାୟତସ୍ତରକୁ ଯିବ । ୨ ଅକ୍ଟୋବରରେ ଗ୍ରାମପଞ୍ଚାୟତରେ ଗ୍ରାମସଭା ଡକାଯାଇ ନିଶା ସମସ୍ୟା ଓ ନିବାରଣ ଦିଗରେ ହେବ ଆଲୋଚନା । ନିଶାମୁକ୍ତ ଗାଁ ଗଠନ ପାଇଁ ଗ୍ରାମପଞ୍ଚାୟତକୁ ଉତ୍ସାହିତ କରାଯିବ । ଶ୍ରେଷ୍ଠ ୩ ଗ୍ରାମପଞ୍ଚାୟତକୁ ପୁରସ୍କୃତ କରାଯିବ । ଏଥିପାଇଁ ବିଭିନ୍ନ ବିଭାଗକୁ ଚିଠି ଲେଖି ଦାୟିତ୍ବ ବାଣ୍ଟିଛି ଅବକାରୀ ବିଭାଗ । ମଦ୍ୟପାନ କରି ଗାଡ଼ି ଚାଳନା ରୋକିବାକୁ ପରିବହନ ବିଭାଗ ସଚେତନ କରିବ । ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀ ଜରିଆରେ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିବ ଜଙ୍ଗଲ ବିଭାଗ । ଗଣଦୌଡ଼ ଜରିଆରେ ‘ତମାଖୁ, ମଦ୍ୟପାନ ଏବଂ ନିଶାମୁକ୍ତ ବିଶ୍ୱ’ ବାର୍ତ୍ତା ପହଞ୍ଚାଇବ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ । ଏସ୍ଏଚ୍ଜି ମହିଳାଙ୍କୁ ମଧ୍ୟ ଏହି ଅଭିଯାନରେ ଯୋଡ଼ିବ ମିସନ ଶକ୍ତି ବିଭାଗ ।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |