ଜାପାନୀ ବୌଦ୍ଧ ପର୍ଯ୍ୟଟକଙ୍କ ଉଦୟଗିରି ପରିଦର୍ଶନ


ଭୁବନେଶ୍ୱର:(ପ୍ରଦ୍ୟୁମ୍ନ କୁମାର ଓଝା): ସୁଦୂର ଜାପାନରୁ ଆସିଥିବା ୧୯ ଜଣିଆ ବୌଦ୍ଧ ପର୍ଯ୍ୟଟକ ଦଳ ଆଜି ବିଶ୍ବ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି ଓ ରତ୍ନଗିରି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେମାନେ ପ୍ରଥମେ ଉଦୟଗିରିରେ ପହଞ୍ଚି ମାଧବପୁର ବୌଦ୍ଧ ମହାବିହାର,ମହାବିହାର ସମ୍ମୁଖ ଭାଗରେ ଥିବା ଇଟା ନିର୍ମିତ ଧନକାଣ୍ଡି ମହାସ୍ତୁପ, ପଞ୍ଚରଥ ଶୈଳୀରେ ନିର୍ମିତ ସିଂହପ୍ରସ୍ତ ମହାବିହାର, ମହାକାଳ ମନ୍ଦିର ଏବଂ ଚୈତ ମହାସ୍ତୁପ ପରିମଣ୍ଡଳ ବୁଲି ଦେଖିଥିଲେ।ଅଢେଇ ହଜାର ବର୍ଷ ତଳର ଏହି ଗୌରବମୟ ବୌଦ୍ଧ ଐତିହ୍ୟ ଓ କିର୍ତ୍ତିରାଜି ସେମାନଙ୍କୁ ଅଭିଭୂତ କରିଛି ବୋଲି କହିଥିଲେ ଜାପାନୀ ପର୍ଯ୍ୟଟକ ଦଳର ଜଣେ ଡାକ୍ତରୀ ଛାତ୍ରୀ ତୋମୋ। ଉଦୟଗିରିର ବୌଦ୍ଧ ପୀଠ ପରେ ସେମାନେ ଅନ୍ୟତମ ରତ୍ନଗିରି ବୌଦ୍ଧ ବିହାର, ସଂଗ୍ରହଳୟ ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳର ସମସ୍ତେ ଡାକ୍ତର ବୃତ୍ତିରେ ଅଛନ୍ତି।ସେମାନେ ଭୁବନେଶ୍ୱରର କିସ ଅନୁଷ୍ଠାନ ପ୍ରଦର୍ଶନରେ ଆସି ଗତ କାଲି ଧଉଳୀ ଶାନ୍ତି ସ୍ତୂପ ପରିଦର୍ଶନ କରିଥିଲେ।ସେମାନେ ଓଡିଶାର ପ୍ରମୂଖ ବୌଦ୍ଧ ପୀଠ ପରିଦର୍ଶନ ସାରି ଆସନ୍ତା କାଲି ବୌଦ୍ଧଗୟା ଯାତ୍ରା କରିବେ।ଉଦୟଗିରିର ଠାରେ ଏହି ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସଦସ୍ୟ ଞ୍lନ ରଞନ ପ୍ରଧାନ ସ୍ବାଗତ କରିଥିଲେ। ବିଦେଶୀ ମାନେ ଚାରଣ ଭୂମିରେ ଚରୁଥିବା ଭାରତୀୟ ଗୋରୁଙ୍କୁ ଦେଖି ବିଶେଷ ଖୁସି ହେଉଥିବା ଲକ୍ଷ୍ୟ କରାଯାଇଥିଲା l


error: Content is protected !!