January 26, 2026

Now Odisha

Now Odisha

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଗିରଫ ହେଲେ ତହସିଲଦାର

Spread the love

ମହାକାଳପଡ଼ା,୧୦ା୧୦ : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
ତହସିଲଦାର ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନାରୁ ଜଣାପଡ଼ିଛି।
ଗୁରୁବାର ଚଢ଼ାଉ ବେଳେ ଏତେ ପରିମାଣର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କର ୪ କୋଠା, ୭ ପ୍ଲଟ୍‌, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ତହସିଲଦାର ଶିବ ମଲିକ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା। ଜମି କିସମ ପରିବର୍ତ୍ତନ,ଦଖଲ ଖାରଜ, ଉଚ୍ଛେଦ କେସକୁ ନେଇ ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡରେ ଧରାପଡ଼ିଥିଲେ।
ମିଳିଥିବା ସୂଚନାନୁସାରେ, ଉକ୍ତ ଅଞ୍ଚଳର ଗୋଜାବନ୍ଧ ଗାଁର ସୁଦର୍ଶନ ସ୍ବାଇଁଙ୍କଠାରୁ ଜମି ଦାଖଲ ଖାରଜ ଉଚ୍ଛେଦ ଓ କିସମ ପରିବର୍ତ୍ତନ ପାଇଁ ୨୦ ହଜାର ଟଙ୍କା ମାଗିିଥିଲେ। ଦାବି ମୁତାବକ ଅନ୍ତର୍ଯ୍ୟାମୀ ମଙ୍ଗଳବାର ଅପରାହ୍ନରେ ତହସିଲ ଅଫିସ ପଛ ପାଖ ସରକାରୀ ବାସଗୃହକୁ ଟଙ୍କା ଦେବାକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ସେଠାରୁ କାବୁ କରିଥିଲା।

error: Content is protected !!