ମହାକାଳପଡ଼ା,୧୦ା୧୦ : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
ତହସିଲଦାର ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନାରୁ ଜଣାପଡ଼ିଛି।
ଗୁରୁବାର ଚଢ଼ାଉ ବେଳେ ଏତେ ପରିମାଣର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କର ୪ କୋଠା, ୭ ପ୍ଲଟ୍, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।
ତହସିଲଦାର ଶିବ ମଲିକ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା। ଜମି କିସମ ପରିବର୍ତ୍ତନ,ଦଖଲ ଖାରଜ, ଉଚ୍ଛେଦ କେସକୁ ନେଇ ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡରେ ଧରାପଡ଼ିଥିଲେ।
ମିଳିଥିବା ସୂଚନାନୁସାରେ, ଉକ୍ତ ଅଞ୍ଚଳର ଗୋଜାବନ୍ଧ ଗାଁର ସୁଦର୍ଶନ ସ୍ବାଇଁଙ୍କଠାରୁ ଜମି ଦାଖଲ ଖାରଜ ଉଚ୍ଛେଦ ଓ କିସମ ପରିବର୍ତ୍ତନ ପାଇଁ ୨୦ ହଜାର ଟଙ୍କା ମାଗିିଥିଲେ। ଦାବି ମୁତାବକ ଅନ୍ତର୍ଯ୍ୟାମୀ ମଙ୍ଗଳବାର ଅପରାହ୍ନରେ ତହସିଲ ଅଫିସ ପଛ ପାଖ ସରକାରୀ ବାସଗୃହକୁ ଟଙ୍କା ଦେବାକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ସେଠାରୁ କାବୁ କରିଥିଲା।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ