ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର ସହିତ ୧୧ ନିୟୁତ ସୁଇଡିଶ କ୍ରୋନର (SEK)(୧୦.୩ କୋଟି ଟଙ୍କା)ପୁରସ୍କାର ରାଶି ମିଳିଥାଏ। ଏହା ସହ ବିଜେତାଙ୍କୁ ଏକ ମେଡାଲ ଓ ଡିପ୍ଲୋମା ମଧ୍ୟ ପ୍ରଦାନ କରାଯାଏ।
ମେଡାଲଟି ୧୯୦୨ରୁ ବ୍ୟବହୃତ ହେଉଛି, ଯାହା ନରୱେର ଶିଳ୍ପୀ ଗୁଷ୍ଟାଭ ଭିଗେଲାଣ୍ଡ ଓ ସୁଇଡେନର ଖୋଦକାରୀ ଏରିକ ଲିଣ୍ଡବର୍ଗଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଏହା ବର୍ତ୍ତମାନ ୧୮ କ୍ୟାରେଟ ସୁନାରେ ନିର୍ମିତ ଓ ୧୯୬ ଗ୍ରାମ ଓଜନ ବିଶିଷ୍ଟ। ମେଡାଲରେ ଆଲଫ୍ରେଡ ନୋବେଲଙ୍କ ଛବି ସହ ଲାଟିନ ଭାଷାରେ ଶାନ୍ତି ଓ ଭାଇଚାରା ପାଇଁ ଉକ୍ତି ଖୋଦିତ ହୋଇଛି।
ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁଯାୟୀ ୧୯୦୧ରେ ପ୍ରତିଷ୍ଠିତ ଏହି ପୁରସ୍କାର ମାନବଜାତି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ। ୨୦୨୫ରେ ୩୩୮ଟି ମନୋନୟନ ମଧ୍ୟରୁ ମାଚାଡୋ ଏହି ସମ୍ମାନ ହାସଲ କରିଛନ୍ତି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!