–ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।
ମାରିଆଙ୍କ ନାମ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନୋବେଲ କମିଟି ମଧ୍ୟ ପୁରସ୍କାର ଘୋଷଣା ସମୟରେ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସତ୍ବେ ତାଙ୍କ ଜୀବନ ପ୍ରତି ବହୁ ବିପଦ ରହିଥିଲା। କିନ୍ତୁ ସେ ଦେଶ ଛାଡ଼ି ନ ଥିଲେ। ଯାହା ଦେଶବାସୀଙ୍କୁ ବେଶ୍ ପ୍ରେରଣା ଯୋଗାଇଥିଲା। ତାଙ୍କ ସମର୍ଥକମାନଙ୍କ ମନୋବଳ ବୃଦ୍ଧି କରିଥିଲା।

More Stories
ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା |
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ |
କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ