ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ମେୟର ଜନ୍ ଲି। ସେ କହିଛନ୍ତି କି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମିସିସିପିର ଛୋଟ ସହର ଲେଲ୍ୟାଣ୍ଡରେ ଏହି ଗୁଳିକାଣ୍ଡ ଘଟିଛି। ଏଠାରେ ସମୁଦାୟ ୪ ହଜାର ଲୋକ ବାସ କରନ୍ତି।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |