ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ମେୟର ଜନ୍ ଲି। ସେ କହିଛନ୍ତି କି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମିସିସିପିର ଛୋଟ ସହର ଲେଲ୍ୟାଣ୍ଡରେ ଏହି ଗୁଳିକାଣ୍ଡ ଘଟିଛି। ଏଠାରେ ସମୁଦାୟ ୪ ହଜାର ଲୋକ ବାସ କରନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…