ଲାହୋର,୧୧ା୧୦ଲାହୋରରେ ତେହରିକ୍-ଇ-ଲାବାଇକ୍ ପାକିସ୍ତାନ (ଟିଏଲ୍ପି) ଇସ୍ଲାମୀୟ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ସହ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ୍ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଥିବାବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଥିଲା।
ପୋଲିସ ଆଖିବୁଜା ଗୁଳି ଚଳାଇବାରୁ ଟିଏଲ୍ପିର ୧୧ ସଦସ୍ୟ ନିହତ ହେବା ସହ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଗାଜାରେ ଇସ୍ରାଏଲ୍ର ଗଣହତ୍ୟା ପ୍ରତିବାଦରେ ଗୁରୁବାରଠାରୁ ପାକିସ୍ତାନରେ ବିକ୍ଷୋଭ ଜାରି ରହିଛି।
ଶନିବାର ବିଭିନ୍ନ ସ୍ଥାନରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀ ମଧ୍ୟ ପୋଲିସ ଉପରକୁ ଟେକା, ପଥର ମାଡ଼ କରିଥିଲେ। ଏଥିରେ ଅନେକ ପୋଲିସ ଆହତ ହୋଇଛନ୍ତି। ତେବେ ଲାହୋରର ଆଜାଦି ଚୌକରେ ଶୋଭାଯାତ୍ରା ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା। ବିକ୍ଷୋଭକାରୀ ଅନେକ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

More Stories
ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା |
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ |
କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ