ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀଙ୍କୁ ଶୁକ୍ରବାର ରାତିରେ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ିଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଂଚଳର ଏହି ଛାତ୍ରୀ ନିଜର ପୁରୁଷ ବନ୍ଧୁଙ୍କ ସହ ରାତିରେ ନିକଟସ୍ଥ ରେଷ୍ଟୁରାଣ୍ଟକୁ ରାତ୍ରିଭୋଜନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଜଣକ ଏବେ ଦୁର୍ଗାପୁରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଅଛି ।
