ଜଳେଶ୍ଵର : ପଶ୍ଚିମବଙ୍ଗର ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ସେ କହିଛନ୍ତି ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ। ମୋ ତରଫରୁ ଯାହା କିଛି ହୋଇପାରିବ , ମୁଁ ନିଶ୍ଚୟ କରିବି। ପୀଡିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି। ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି, ଅଭିଯୁକ୍ତକୁ ନିଶ୍ଚୟ ଦଣ୍ଡ ମିଳିବ। ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ଢିଲା ରହିଛି। ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରୁଛି। ସେ ଫୋନ୍ ଉଠାଉ ନାହାନ୍ତି , ତାଙ୍କୁ ମେଲ୍ କରାଯାଇଛି। ବାଲେଶ୍ଵର ଏଡିଏମ୍ ଙ୍କ ନେତୃତ୍ଵରେ ଏକ ଟିମ୍ ଦୁର୍ଗାପୁର ଯାଇଛି।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା