ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସଙ୍କୀର୍ତ୍ତନ ମଣ୍ଡଳୀ କଳାକାର ମାନଙ୍କୁ ନେଇ ଗଢ଼ି ଉଠିଛି ପରଜଙ୍ଗ ବ୍ଲକ ସଙ୍କୀର୍ତ୍ତନ ମଣ୍ଡଳୀ ମହାସଂଘ । ସଂଘ ଗଠନ ହେବା ଦିନ ଠାରୁ ସଙ୍ଘର
ନୀତିନିୟମ ଅନୁସାରେ ସଙ୍ଘ ପରିଚାଳିତ ହେଉଛି । ଏପରିକି ସଂଘର କଳାକାରଙ୍କ ଦୁଃଖ ସୁଖରେ ସାମିଲ ହେଉଥିବା ଦେଖିବାକୁ ମିଳିଥାଏ । ଏପରି ସ୍ଥଳେ ବ୍ଲକର ସରାଙ୍ଗ କୈବର୍ତ୍ତ ସାହିର ସଙ୍କୀର୍ତ୍ତନ ମଣ୍ଡଳୀ ର ବାୟକ କଳାକାର କୈଳାସ ଚନ୍ଦ୍ର ସେଠୀଙ୍କ ଗତ ଅକ୍ଟୋବର ୧ ତାରିଖରେ ଦେହାନ୍ତ ଘଟିଥିବା ବେଳେ ୧୧ ତାରିଖ ଶନିବାର ଦିନ ସ୍ବର୍ଗତ କୈଳାସଙ୍କର ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଏକାଦଶାହ କାର୍ଯ୍ୟରେ ପରଜଙ୍ଗ ବ୍ଲକ ସଙ୍କୀର୍ତ୍ତନ ମଣ୍ଡଳୀ ମହାସଂଘ ସଭାପତି ଅକ୍ଷୟ କୁମାର ନାୟକ , ଉପସଭାପତି ତଥା ଉପଦେଷ୍ଟା ହୃଦୟ ଚନ୍ଦ୍ର ଚମ୍ପତସିଂହ , ସମ୍ପାଦକ ଅଶୋକ କୁମାର ଦଳବେହେରା , କୋଷାଧ୍ୟକ୍ଷ ଅଭୟ କୁମାର ସାହୁ ,ବରିଷ୍ଠ କଳାକାର ମାଧବ ବିଶ୍ଵାଳ ,ଗୋକୁଳ ଚନ୍ଦ୍ର ମହାଳିକ,ନିରଞ୍ଜନ ବେହେରା , ବଂଶୀଧର ମହାଳିକ ,ବରୁଣ ମହାଳିକ ସମେତ ସରାଙ୍ଗ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ କଳାକାର ସଦସ୍ୟ ମାନେ ସ୍ବର୍ଗତ ସେଠୀଙ୍କ ବାସଭବନରେ ପହଞ୍ଚି ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଅମର ଆତ୍ମାର ସଦଗତି କାମନା ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ପରିଶେଷରେ ମହାସଂଘ୍ ପକ୍ଷରୁ ମୃତକଙ୍କ ପରିବାରକୁ ଅର୍ଥରାଶି ପ୍ରଦାନ କରିଥିଲେ । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ନାୟକଙ୍କ ରିପୋର୍ଟ )

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |