ଭୋଗରାଇ, ୧୨।୧୦: ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି ୯୦ଟି ବିରଳ ପ୍ରଜାତିର ତେଲିଆ ନାମିତ ଶୀଳା ମାଛ। ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ରବିବାର ସକାଳ ଏହି ମାଛ ନିଲାମ ପାଇଁ ଆସିଥିଲା। ଏହି ବିରଳ ପ୍ରଜାତିର ତେଲିଆ ମାଛ ପ୍ରତ୍ୟେକ ଓଜନ ୩୦କେଜିରୁ ୩୫ କେଜି ପର୍ଯ୍ୟନ୍ତ ହୋଇଥିବାବେଳେ ମାଛ କେଜି ପ୍ରତି ୧୩ ହଜାର ୫ ଶହ ଟଙ୍କାରେ ନିଲାମ ଡାକ ହୋଇ ଶେଷରେ ୧ କୋଟି ପର୍ଯ୍ୟନ୍ତ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ସୂଚନାନୁଯାୟୀ ,ଏହି ମାଛର ବ୍ଲାଡରରେ ଦାମୀ ଔଷଧ ଓ ଏକ ପ୍ରକାର ସୁତା ବାହାରୁଥିବାରୁ ମଣିଷ ଅପରେଶନରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ବିଦେଶରେ ଏହାର ଯଥେଷ୍ଟ ଚାହିଦା ରହିଛ। ମାଛର ମେଲ ଓ ଫିମେଲ ଦେଖି ଏବଂ ଅଧିକ ଓଜନ ଅନୁସାରେ ମାଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ବୋଲି ମତ୍ସ୍ୟ ବେପାରୀମାନେ ପ୍ରକାଶ କରିଛନ୍ତି। ଏହି ମାଛ ଗୁଡିକୁ ଦେଖିବାନିମନ୍ତେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ମାଛ ବିକ୍ରୀକୁ ନେଇଁ ଉକ୍ତ ଟ୍ରଲର ମାଲିକ ଓ ତାଙ୍କ ମତ୍ସ୍ୟଜୀବୀମାନେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାନୁଯାୟୀ, ଗତ ୧୯ ଜୁନରେ ଏକ ଟ୍ରଲରେ ୨୯ ଟି ତେଲିଆ ସାମୁଦ୍ରିକ ମାଛକୁ ଦୀଘା ମାଛ ମାର୍କେଟରେ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।

More Stories
ସିଙ୍ଗାପୁର ପାସପୋର୍ଟ ସବୁଠୁ ଶକ୍ତିଶାଳୀ: ୮୫ତମ ସ୍ଥାନରେ ଭାରତ…
EPFOର ବଡ଼ ନିଷ୍ପତ୍ତି! ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ…
ବିହାରରୁ ପାକିସ୍ତାନକୁ ଏଭଳି ମେସେଜ୍ ପଠାଇଲେ ପିଏମ ମୋଦି, ଶୁଣିଲେ ଥରିବେ ଅସୀମ ମୁନିର-ଶେହବାଜ—–