March 13, 2026

Now Odisha

Now Odisha

ଅଶାନ୍ତ ହୋଇପଡିଛି ମୟୂରଭ୍ଞ ଜିଲ୍ଲାର ସିମାନ୍ତ ,ଜାମଶୋଳା।…

Spread the love

ସାରସକଣା –ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖାରିଆ ଥାନା ଅନ୍ତର୍ଗତ ତିନିରଜ୍ୟ ସୀମାନ୍ତ ଜାମସୋଳା ଠାରେ ବିଧାୟକଙ୍କ ଖାସ୍ ଲୋକ କହି କରୁଛନ୍ତି ବେଆଇନ ବାଲି ଚୋରା ଚାଲାଣ । ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା ।
ମାଇନିଂ ବିଭାଗର ଦାୟୀତ୍ଵରେ ଥିବା ଅଧିକାରୀ
ତେବେ କାହିଁକି, କାହା ଚାପରେ ଚୁପ୍ ସାଧାରଣରେ ଚର୍ଚ୍ଚା ହେଉଛି, ଅନ୍ୟପକ୍ଷେ ଅଭିଯୋଗ କାରୀଙ୍କ କହିବା କଥା ଅନୁସାରେ ବାଲିମାଫିଆ ଓ ଦଙ୍ଗାକାରୀ ମାନେ ନିଜର ସ୍ବାର୍ଥ ପାଇଁ ମିଚ୍ଛରେ ବିଧାୟକଙ୍କୁ ତାଙ୍କର ଖାସ୍ ଲୋକ କହି କରୁଛନ୍ତି ବଦନାମ୍। ସୁଚନା ଅନୁସାରେ ଗତ ୧୧ ତାରିଖ ଶନିବାର ଦିନ ଭୋର ରାତି ପ୍ରାୟ ତିନି ଘଟିକା ସମୟରେ ବାଲି ଚୋରୀକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନିରାଜ୍ୟ ସୀମାନ୍ତ ଜାମସୋଳା ଠାରେ ବାଲି ମାଫିଆ ମାନେ ଚୋରା ବାଲି ହାଇୱା ଯୋଗେ ବୋଝେଇ କରି ବାହାର ରାଜ୍ୟ ଝାରଖଣ୍ଡ ଓ ପଶ୍ଚିମ ବଙ୍ଗ କୁ ନେଉଥିବା ବେଳେ ଗ୍ରାମର କିଛି ଯୁବକ ବାଲି ବୋଝେଇ ହାଇୱା ଗାଡିକୁ ଅଟକାଇ ବାଲି ବୋଝେଇ ହଇୱା ର ବାଲି ଚାଲାଣ ହେଉଥିବା ସଠିକ୍ କାଗଜ ପତ୍ର ଅଛି କି ନାହିଁ ବୋଲି ପଚାରିଥିଲେ । ଠିକ ସେହି ସମୟରେ ପ୍ରାୟ 5 ରୁ 6 ଜଣ ଯୁବକ ହାଇୱା ଗାଡ଼ି ପାଖକୁ ପହଂଚି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ ।ଉକ୍ତ ଘଟଣାକୁ ନେଇ ଝାରପୋଖରିଆ ଥାନାରେ ଅଭିଯୋଗ ଅନୁସାରେ ପୋଲିସ ଥାନା କେଶ ନମ୍ବର ୨୬୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ଥାନାର ବରପ୍ରାପ୍ତ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାଯ୍ୟ | ଅଭିଯୁକ୍ତ ମାନଙ୍କୁ ପୋଲିସ ଖୋଜାଖୋଜି କରୁଥିବା ବେଳେ ସମାଜ ସାମ୍ବାଦିକ ଅବିନାଶ ପ୍ରହରାଜ , ଉତ୍କଳମେଲ ସାମ୍ବାଦିକ ପାହାଡ଼ ସିଂ, ଏବଂ ବାଲି ବ୍ୟବସାୟୀ ଗୋବିନ୍ଦ ଦଣ୍ଡପାଟକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ସାମ୍ବାଦିକ,ହିମ୍ମତ ସାମ୍ବାଦିକ ଶାନ୍ତନୁ କୋଇଲା, ଏବଂ ବିଶ୍ଵବାଣୀ ସାମ୍ବାଦିକ ବନ୍ଧନ ସିଂ ଓ ଦେବାଶିଷ ବିନ୍ଧାଣି ଓ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାର ଜଣା ପଡିଛି। ପୋଲିସ ଗିରଫ ହେଇ ଥିବା ୩ ଜଣଙ୍କୁ ନେଇ ଶୀର୍ଷା ଡାକ୍ତରଖାନାରେ ଡାକ୍ତରି ମାଇନା କରି ଥାନା କୁ ଅଣାଯାଇ ଆଜି ଅପରାହ୍ନ ସମୟରେ ବାରିପଦା କୋଟକୁ ଚାଲାଣ କରିଛି | ତେବେ ଦିର୍ଘ ଦିନ ଧରିଏକ ବୋଲେରୋ ରେ ରାତିସାରା ବୁଲି ବୁଲି ଦାଦା ବଟି ସଂଗ୍ରହ କରୁଥିବା ସହିତ ବେଆଇନ ବାଲି ଚାଲାଣ କରୁଥିବାର ଅଭିଯୋଗ ହୋଇଥିବା ବେଳେ ଏମାନେ ଅଞ୍ଚଳର ସାମ୍ବାଦିକ ନାମରେ ଗୋଟିଏ ଗୋଟିଏ କଳଙ୍କ ବିଧାୟକ ଓ ରାଜ୍ୟ ସରକାରଙ୍କୁ କରୁଛନ୍ତି ବଦନାମ୍ ଏହାକୁ ନେଇ ଓ ବୁଦ୍ଧି ଜିବି ଓ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲୋଟିଛି।

error: Content is protected !!