ଭୁବନେଶ୍ୱର: କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ ସବୁ ଛିଡା ହୋଇଛି । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଂଘର ଜଣଙ୍କୁ ମାଡ ହୋଇଥିଲା । ଷ୍ଟେସନ ଅଟୋ ଚାଳକ ସଂଘର କିଛି ପିଲା ମାଡ ମାରିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରପ କରି କୋର୍ଟ ଚାଲାଣ କରିଛି ପୁଲିସ । ତେବେ ଅଟୋ ଚାଳକ ସଂଘ ଅଭିଯୋଗ କରିଛି ଯେ ଦୋଷୀକୁ ପୁଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଛି । ଏହାର ପ୍ରତିବାଦରେ କ୍ୟାପିଟାଲ ଥାନାକୁ ଘେରାଉ କରିଛି ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ।
Post Views: 22
More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |