ବରଗଡ଼: ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହି ସମୟରେ ବରଗଡ଼ ପାଲଟିବ ମଥୁରା ନଗରୀ। ବରଗଡ଼ର ଅମାପାଲି ପାଲଟିବ ଗୋପପୁର। ବରଗଡ଼ ଓ ଅମାପାଲି ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଯମୁନା ପାଲଟିବ। ଯମୁନା କୂଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ଜମିବ ଗହଳି।
ଚଳିତ ବର୍ଷ ମହାରାଜ କଂସ ଓ ଅନ୍ୟ ଭୂମିକାରେ ଅଭିନୟ ପାଇଁ ନୂତନ କଳାକାର ମନୋନୟନ କରାଯିବାକୁ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ଓ ଉପଦେଷ୍ଟା ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରା ମହୋତ୍ସବ ସମିତିର ବୈଠକ ଅଧ୍ୟକ୍ଷ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ବୈଠକ ଅନୁଷ୍ଠିତ ହୋଇଥିଲା। କଳାକାର ମନୋନୟନ ପାଇଁ ତିନି ବର୍ଷ ଅବଧି ରହିଥିଲା। ଗତ ବର୍ଷ ତାହା ପୂରଣ ହୋଇଥିବାରୁ ଚଳିତ ବର୍ଷ ନୂତନ କଳାକାର ବଛାଯିବ। ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଲାଞ୍ଚ ମାମଲାରେ ଛନ୍ଦି ହୋଇଛନ୍ତି। ଶ୍ରୀ ଭୋଇଙ୍କୁ ମନୋନୟନ ପ୍ରକ୍ରିୟାରୁ ବାଦ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ଭୋଇଙ୍କୁ ବାଦ ଦେବା ପାଇଁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।
Post Views: 15
More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…