ନୟାଗଡ : ନୟାଗଡ଼ ବ୍ଲକ କନଫରେନ୍ସ ହଲ ଠାରେ ପିଏମ ଧନ ଧାନ୍ୟ ଯୋଜନା ଓ ଜାତୀୟ ଡାଲି ଜାତୀୟ ଫସଲ ମିଶନ ର ଶୁଭାରମ୍ଭ ହୋଇଯାଇଛି l ଏହାକୁ ଆଭାସୀ ମାଧ୍ୟମ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,ଜିଲ୍ଲା ପରିଷଦ ଅଧକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୃଷି ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ସରୋଜ ରଣସିଂହ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶିବ ନାରାୟଣ ସିଂ, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ଼ଃ ଅନିଲ ସ୍ୱାଇଁ ଏବଂ ବିଭିନ୍ନ ବ୍ଲକ ରୁ ୧୫0 ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣ୍ଡପଡ଼ା ବିଧାୟକ ଯୋଗ ଦେଇଥିଲା ବେଳେ ଦଶପଲ୍ଲା କୃଷି ଜିଲ୍ଲା ଅଧିକାରୀ ଗୌରୀ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

More Stories
ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,
ଟ୍ରମ୍ପଙ୍କ କ୍ୟାବିନେଟରୁ ତୁଳସୀ ଗବାର୍ଡ ଦେଲେ ଇସ୍ତଫା , ହଠାତ୍ କାହିଁକି ନେଲେ ଏମିତି ନିଷ୍ପତ୍ତି ?
କେରଳମ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା