ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି । ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହେବେ ବୋଲି ସେ କହିଛନ୍ତି ।
ତେବେ ବିଜେପିରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବା ବେଳେ ଜୟ ଢୋଲକିଆଙ୍କ ନାଁ ଚୂଡାନ୍ତ ହୋଇଛି, କେବଳ ଘୋଷଣା ବାକି ରହିଛି । ବିଜେପି ଏହି ଉପନିର୍ବାଚନରେ ୫୦ହଜାରରୁ ଅଧିକ ଭୋଟରେ ଜିତିବ ବୋଲି କୁହାଯାଇଛି ।

More Stories
ଆଦିବାସୀ ନାବାଳିକାକୁ ଅସଦାଚାରଣ ଘଟଣା: ୯ ଆହତ, ୪ଗୁରୁତର |
ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ |
ରବୀନ୍ଦ୍ର ଜେନାଙ୍କ ବିଜେପି ଯୋଗଦାନରେ ମୋର ସହମତି ନଥିଲା : ପ୍ରତାପ ଷଡ଼ଙ୍ଗୀ