୩ମାସ ହେଲାଣି ନିଜକୁ ଜୀବିତ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ସରକାରୀ କର୍ମଚାରୀ ମୃତ ଦର୍ଶାଇ ବନ୍ଦ କରାଯାଇଛି ଦରମା


୩ମାସ ହେଲାଣି ନିଜକୁ ଜୀବିତ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ସରକାରୀ କର୍ମଚାରୀ। ମୃତ ଦର୍ଶାଇ ବନ୍ଦ କରାଯାଇଛି ଦରମା । ‘ସାର୍, ମୁଁ ବଞ୍ଚିଛି’, ୩ମାସ ହେଲାଣି ଏଭଳି କହୁଛନ୍ତି ଦେବରିଆ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରାଜେନ୍ଦ୍ର ଶୁକ୍ଲା। କୁହାଯାଉଛି ଯେ, ସ୍ଥାନାନ୍ତର ପରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଜୀବିତ ଥିବା ରାଜେନ୍ଦ୍ର ଶୁକ୍ଲାଙ୍କୁ ସରକାରୀ ପୋର୍ଟାଲରେ ମୃତ ଘୋଷଣା କରାଯାଇଥିଲା।ଯେଉଁଥିପାଇଁ ତାଙ୍କର ମାସିକ ଦରମା ବନ୍ଦ ହୋଇଯାଇଛି। ପୁନର୍ବାର ତାଙ୍କ ଦରମା ପାଇବାକୁ, ସେ ବର୍ତ୍ତମାନ ନିଜକୁ ଜୀବିତ ବୋଲି ପ୍ରମାଣ କରିବାକୁ ଏବଂ ଅନିୟମିତତାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି।ଦେବରିୟାର ମହଋଷି ଦେବରହା ବାବା ମେଡିକାଲ କଲେଜ ପ୍ରଶାସନ ଦ୍ୱାରା ଏହି ଭୁଲ ହୋଇଛି। ଏଠାରେ କାମ କରିବା ସମୟରେ ରାଜେନ୍ଦ୍ରଙ୍କର ଗୋରଖପୁରର ସଦର ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲା। ‌ସେଠ‌ାରେ ‌ଏବେ ସେ ୱାର୍ଡ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ ବି ୩ମାସ ହେଲା ତାଙ୍କୁ ମାସିକ ଦରମା ମିଳିପାରୁନାହିଁ। ଏନେଇ ରାଜେନ୍ଦ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ।ତେବେ ଖବରଟି ଚର୍ଚ୍ଚାକୁ ଆସିବାରୁ ମହଋଷି ଦେବରହା ବାବା ମେଡିକାଲ କଲେଜ ସମାଲୋଚନାର ଶିକାର ହୋଇଛି। ଏହି ତ୍ରୁଟିକୁ ଶୀଘ୍ର ସୁଧାରି ଦିଆଯିବ ବୋଲି କହିଛନ୍ତି ମେଡିକାଲ କଲେଜ ମୁଖପାତ୍ର ଡକ୍ଟର ଏଚ୍.କେ ମିଶ୍ରା।


error: Content is protected !!