ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ


ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ ବିଦ୍ୟାଳୟରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୁରୁବାରଠାରୁ ଶିକ୍ଷୟିତ୍ରୀ, ଶିକ୍ଷକମାନେ ସମୁହ ଛୁଟିରେ ରହି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ପୁରୁଷୋତ୍ତମପୁର ବ୍ଲକରେ ଥିବା ୧୩୭ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲୁଛି। ଏପରିକି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ମଧ୍ୟ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି।ହେଲେ କେତେକ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ନ କରି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି। ଫଳରେ ଭୂତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ହାତଗଣତି କିଛି ବିଦ୍ୟାଳୟ ଖୋଲା ରହିଛି। ଫଳରେ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଏଭଳି ସ୍ଥିତିରେ କାର୍ଯ୍ୟରେ ଯୋଗଦେଇଥିବା କିଛି ଶିକ୍ଷକ କହିଛନ୍ତି ଯେ, ସେମାନେ ପୁରଣା ପେନସନ ଯୋଜନାରେ ରହିଛନ୍ତି। ଏହି ଆନ୍ଦୋଳନରେ ସେମାନଙ୍କ କିଛି ଲାଭ ନାହିଁ। ତେଣୁ ଆନ୍ଦୋଳନରେ ସାମିଲ ନ ହୋଇ ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଥିବା କହିଛନ୍ତି। ବ୍ଲକରେ କାର୍ଯ୍ୟରତ ଥିବା ୫ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଭୋକ ଉପାସରେ ଧାରଣାରେ ବସିଥିବା ବେଳେ କିଛି ଶିକ୍ଷକ ଆନ୍ଦୋଳନକୁ ବିରୋଧ କରୁଥିବାରୁ ଅଭିଯୋଗ କରି ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।


error: Content is protected !!