ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । ଉସୁର ଥାନା ଅନ୍ତର୍ଗତ ତାଡ଼ପଲ୍ଲା ଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ସୁରକ୍ଷା କର୍ମୀଙ୍କ ପୁକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ବଡ଼ ଡମ୍ପକୁ ଖୋଜି ବାହାର କରିଛନ୍ତି ଯବାନ । ମାଟି ତଳେ ଗାତ କରି ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ଉଦ୍ଧାର ସାମଗ୍ରୀ ମଧ୍ୟରେ ରହିଛି ଗନ୍ ପାଉଡର, 51 ଟି ୟୁ BGL , 100 ବେଣ୍ଡେଲ ଆଲୁ ମନିୟମ ତାର, କୋଡେକ୍ସ ତାର, 50 ଟି BGL ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଷ୍ଟିଲ ପାଇପ, ୟୁ ଭିଯୁଆଲ ରେ ବ୍ୟବହୃତ ଲୁହା ରଡ୍, ୟୁନିଫର୍ମ ଓ ଲାଲ କପଡା । ଏହି ଅପରେସନ ରେ ସିଆରପିଏଫ, 206 ବେଟାଲିୟନର କୋବ୍ରାଯବାନଙ୍କ ସହ ଡିଆରଜି ର ଯବାନ ମାନେ ମଧ୍ୟ ସାମିଲ ଥିବା ବେଳେ ଆଗାମି ଦିନରେ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି ବିଜାପୁର ପୋଲିସ ପକ୍ଷରୁ କୁହାଯାଇଛି । - Now Odisha
Skip to content
Post Views: 17
error: Content is protected !!
More Stories
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା |
ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ |