December 13, 2025

Now Odisha

Now Odisha

ଡିଆଇଜିଙ୍କ ଘରେ ୫କୋଟି, ପୁଳାପୁଳା ସୁନା: ସମ୍ପତ୍ତି ଦେଖି ସିବିଆଇ ତାଜୁବ୍‍…

Spread the love

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଆଇପିଏସ୍ ହେଉଛନ୍ତି ହରଚରଣ ସିଂହ ଭୁଲାର । ୨୦୦୯ ବ୍ୟାଚର ଏହି ଆଇପିଏସ୍ ପଞ୍ଜାବର ରୋପର ରେଞ୍ଜ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଭାବେ କାର୍ଯ୍ୟ କରୁଥିଲେ । ୮ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ହରଚରଣଙ୍କ ଘରୁ ନଗଦ ୫ କୋଟି ଟଙ୍କା, ମର୍ସିଡିଜ୍‍ ଓ ଅଡି ଭଳି ଦୁଇଟି ଦାମୀ କାର୍,୨୨ଟି ଦାମୀ ହାତ ଘଣ୍ଟା, ୪୦ ଲିଟର ବିଦେଶୀ ମଦ ବିଭିନ୍ନ ଜମିବାଡି ସମ୍ପର୍କିତ କାଗଜପତ୍ର ଜବତ ହୋଇଛି। ଏପରିକି ତାଙ୍କ ଘରୁ ଘର ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଯାହା ନିୟମ ବହିର୍ଭୂତ । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଡବଲ ବ୍ୟାରେଲ ସର୍ଟଗନ, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର ଓ ଗୋଟିଏ ଏୟାର ପାରଗନ ରହିଛି।
ହରଚରଣ ଲାଞ୍ଚ କାରବାରରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କ ଘରେ ମଧ୍ୟ ସିବିଆଇ ଚଢଉ କରିଛି। କ୍ରିଷ୍ଣା ନାମକ ମଧ୍ୟସ୍ଥଙ୍କ ଘରୁ ନଗଦ ୨୧ ଲକ୍ଷ ଟଙ୍କା ଜବତ ହୋଇଛି। ହରଚରଣଙ୍କ ସହିତ କ୍ରିଷ୍ଣାଙ୍କୁ ଗିରଫ କରାଯାଇଥିବାବେଳେ ଉଭୟଙ୍କୁ ଶୁକ୍ରବାର ଅଦାଲତରେ ହାଜର କରାଯିବ। ହରଚରଣଙ୍କ ସମସ୍ତ ସମ୍ପରିକୁ ଯାଞ୍ଚ କରାଯାଉଥିବାବେଳେ ଏହା ପଛରେ ଅର୍ଥ ହେରଫେର ଭଳି ବଡ କାରବାର ରହିଥ‌ିବା ଅନୁମାନ କରାଯାଇଛି। ତଗଡ ସାହିବର ଆକାଶ ଭଟ୍ଟ ନାମକ ପଞ୍ଜାବ ଫତେଗ ଜଣେ ସ୍କ୍ରିପ୍ ଡିଲରଙ୍କୁ ମିଥ୍ୟା ମାମଲାରେ ଫସାଇବାର ଧମକ ଦେଇ ହରିଚରଣ ୮ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଆକାଶ ସିବିଆଇକୁ ଜଣାଇବା ସହ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଥିଲା। ହରଚରଣଙ୍କ ମଧ୍ୟସ୍ଥ କ୍ରିଷ୍ଣା ସହ ଆକାଶ କରିଥିବା କ‌ଥାବାର୍ଭାକୁ ଆଧାର କରି ତଦନ୍ତ ଦିଗରେ ଆଗକୁ ବଢିଥିଲା।

error: Content is protected !!