ଏ ଆଇ ସି ସି ଟି ୟୁ ଓ ସଫେଇ କର୍ମ ଚାରି ସଙ୍ଘର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ବର: ତା ୧୬/୯ ସର୍ବଭାରତୀୟ ସଫେଇ କର୍ମୀ ଙ୍କ ଦାବି ସପ୍ତାହ ଅବସର ରେ ଏ ଆଇ ସି ସି ଟି ୟୁ ସହ ନିବନ୍ଧିତ ଏ ଆଇ ଏମ୍ ଦବ୍ଲୁ ଏଫ୍ ୬ଦଫା ଦାବି କୁ ନେଇ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଫେଇ କର୍ମୀ ଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କା,ସେମନଙ୍କର ଇ ପି ଏଫ୍ ଓ ଇ ଏସ ଆଇ ପୈଠ କରିବା,ନିୟମିତ ନିଯୁକ୍ତି,କାର୍ଯ ସ୍ଥଳୀ ରେ ସମ୍ମାନ ଦେବା ଓ ଛଟେଇ ବନ୍ଦ କରିବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ ଶ୍ରମ କମିଶନର ଙ୍କୁ ଶ୍ରମିକ ନେତା ମହେନ୍ଦ୍ର ପରିଡା ଙ୍କ ନେତୃତ ରେ ଏକ ୪ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବା ପରେ ଅତିରିକ୍ତ କମିଶନର ଓଡ଼ିଶାର ସମସ୍ତ ପୌରସଂସ୍ଥା କୁ ଚିଠି କରିବା ସହିତ ଏହାକୁ ସମସ୍ତେ ସୁନିଶ୍ଚିତ କରିବ ଲାଗି ପୌର ନିର୍ଦେଶକ ଙ୍କୁ ମଧ୍ୟ ଚିଠି କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ବିକ୍ଷୋଭ ପ୍ରଦର୍ଶନ ଶେଷ କରାଯାଇଥିଲା।ଆଜିର ଏହି କାର୍ଯ କ୍ରମରେ ଏ ଆଇ ସି ସି ଟି ୟୁ ର ଉପସଭାପତି ବଇଁଶୀ ଧର ପରିଡା,ସମ୍ପାଦକ ମାଂସ ରଞ୍ଜନ ପ୍ରଧାନ,ସଫେଇ କର୍ମ ଚାରି ସଙ୍ଘ୍ ର ଶଙ୍କର ନାଏକ,ବିଜୟ ବେହେରା,ଚିତ୍ରସେନ ସେଠୀ,ହେମନ୍ତ ପ୍ରଧାନ,ରୋହିତ ନାଏକ ଓ ବନବିହାରି ଦାସ ପ୍ରମୁଖ ଭାଗ ନେଇଥିଲେନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ରେ ସଫେଇ କର୍ମାରୀମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ।


error: Content is protected !!