ଭାରତୀୟ ସ୍ଥଳ ସେନାର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ। ଆସାମ ର କାକୋପଥର ଅଞ୍ଚଳରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ରାତି ପ୍ରାୟ ୧୨.୩୦ରେ ଆତଙ୍କବାଦୀ ମାନେ ଗୋଟିଏ ଚଳନ୍ତା ଗାଡ଼ିରୁ ଯବାନଙ୍କୁ ଟାର୍ଗେଟ କରିଥିଲେ। ସେଠାରେ ମୁତୟନ ଥିବା ଯବାନମାନେ ଏହାର ତୁରନ୍ତ ଜବାବ ଦେବାରୁ ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇ ନାହାନ୍ତି।ସ୍ଥାନୀୟ ଅଞ୍ଚଳରେ ଥିବା ସାଧାରଣ ଲୋକମାନେ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆତଙ୍କବାଦୀମାନେ ୩ଟି ଅଣ୍ଡ ବାରେଲ ଗ୍ରେନେଡ ଲଞ୍ଚର୍ସ ଦ୍ୱାରା ଆକ୍ରମଣ କରିବା ପରେ ଗୁଳି ମାଡ଼ କରିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ବଡ଼ ଧରଣର କ୍ଷତି ଘଟାଇବାକୁ ଯୋଜନା କରିଥିଲେ ହେଁ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।ସେନା ପକ୍ଷରୁ କୁହାଯାଇଛି ଯେ କୌଣସି ଯବାନ ଗୁରୁତର ଆହତ ହୋଇ ନାହାନ୍ତି। ସେମାନଙ୍କ ଆହତ ସମସ୍ୟା ସମାନ୍ୟ ରହିଛି। ପୂରା ଅଞ୍ଚଳରେ ପୁଲିସ୍ ସହ ମିଶି ସର୍ଚ୍ଚ ଅପରେଦନ କରାଯାଇଛି। ତଥାପି ଆତଙ୍କବାଦୀମାନେ ରାତିର ଅନ୍ଧକାରରେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। - Now Odisha
Skip to content
Post Views: 24
error: Content is protected !!
More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |