ଭାରତୀୟ ସ୍ଥଳ ସେନାର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ। ଆସାମ ର କାକୋପଥର ଅଞ୍ଚଳରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ରାତି ପ୍ରାୟ ୧୨.୩୦ରେ ଆତଙ୍କବାଦୀ ମାନେ ଗୋଟିଏ ଚଳନ୍ତା ଗାଡ଼ିରୁ ଯବାନଙ୍କୁ ଟାର୍ଗେଟ କରିଥିଲେ। ସେଠାରେ ମୁତୟନ ଥିବା ଯବାନମାନେ ଏହାର ତୁରନ୍ତ ଜବାବ ଦେବାରୁ ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇ ନାହାନ୍ତି।ସ୍ଥାନୀୟ ଅଞ୍ଚଳରେ ଥିବା ସାଧାରଣ ଲୋକମାନେ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆତଙ୍କବାଦୀମାନେ ୩ଟି ଅଣ୍ଡ ବାରେଲ ଗ୍ରେନେଡ ଲଞ୍ଚର୍ସ ଦ୍ୱାରା ଆକ୍ରମଣ କରିବା ପରେ ଗୁଳି ମାଡ଼ କରିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ବଡ଼ ଧରଣର କ୍ଷତି ଘଟାଇବାକୁ ଯୋଜନା କରିଥିଲେ ହେଁ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।ସେନା ପକ୍ଷରୁ କୁହାଯାଇଛି ଯେ କୌଣସି ଯବାନ ଗୁରୁତର ଆହତ ହୋଇ ନାହାନ୍ତି। ସେମାନଙ୍କ ଆହତ ସମସ୍ୟା ସମାନ୍ୟ ରହିଛି। ପୂରା ଅଞ୍ଚଳରେ ପୁଲିସ୍ ସହ ମିଶି ସର୍ଚ୍ଚ ଅପରେଦନ କରାଯାଇଛି। ତଥାପି ଆତଙ୍କବାଦୀମାନେ ରାତିର ଅନ୍ଧକାରରେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। admin October 18, 2025 Spread the love Post Views: 0 Continue Reading Previous: ଡିଆଇଜିଙ୍କ ଘରେ ୫କୋଟି, ପୁଳାପୁଳା ସୁନା: ସମ୍ପତ୍ତି ଦେଖି ସିବିଆଇ ତାଜୁବ୍…Next: ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି…ନୂଆଦିଲ୍ଲୀ,୧୭ା୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି।ଶୁକ୍ରବାର ଜାରି ଏକ ଗେଜେଟ୍ ବିଜ୍ଞପ୍ତିରେ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଗୃହତାଲିକା ଓ ଗୃହ ଜନଗଣନାର ପ୍ରାକ୍-ପରୀକ୍ଷଣ (ପ୍ରି-ଟେଷ୍ଟ) ନଭେମ୍ବର ୧୦ରୁ ୩୦, ୨୦୨୫ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ ନମୁନା ଅଞ୍ଚଳରେ କରାଯିବ। ଏହି ପରୀକ୍ଷଣ ପାଇଁ ଗୃହ ମନ୍ତ୍ରଣାଳୟ ଜନଗଣନା ଆଇନ, ୧୯୪୮ର ଧାରା ୧୭ଏ ଅଧୀନରେ ବ୍ୟବସ୍ଥା ସମ୍ପ୍ରସାରିତ କରିଛି।ଏହି ପ୍ରାକ୍-ପରୀକ୍ଷଣ ଜନଗଣନାର କାର୍ଯ୍ୟକାରିତା, ତ୍ରୁଟି ଚିହ୍ନଟ ଓ ପଦ୍ଧତି ଉନ୍ନତିକରଣ ପାଇଁ କରାଯିବ। ଜନଗଣନା ୨୦୨୭ ଏପ୍ରିଲ ୧, ୨୦୨୬ରୁ ଫେବୃଆରୀ ୨୮, ୨୦୨୭ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମରେ ଗୃହତାଲିକା (ଏଚଏଲଓ) ଓ ଦ୍ୱିତୀୟରେ ଜନସଂଖ୍ୟା ଗଣନା (ପିଇ)। ଏହା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ହେବ, ଯେଉଁଥିରେ ପ୍ରଥମ ଥର ପାଇଁ ନାଗରିକଙ୍କ ଜାତି ତଥ୍ୟ ସଂଗ୍ରହ କରାଯିବ।ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ମାଧ୍ୟମରେ ଗୃହର ଅବସ୍ଥା, ସମ୍ପତ୍ତି ଓ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଫେବୃଆରୀ ୧, ୨୦୨୭ରୁ ଆରମ୍ଭ ହେବ, ଯେଉଁଥିରେ ଜନସାଧାରଣଙ୍କର ଜନସାଂଖ୍ୟିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟ ସଂଗ୍ରହ କରାଯିବ।ଜନଗଣନାର ରେଫରେନ୍ସ ତାରିଖ ସାରା ଭାରତ ପାଇଁ ମାର୍ଚ୍ଚ ୧, ୨୦୨୭ ହେବ, କିନ୍ତୁ ଲଦାଖ ଏବଂ ଜାମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ହିମାଚ୍ଛାଦିତ ଅଞ୍ଚଳ ପାଇଁ ଏହା ଅକ୍ଟୋବର ୧, ୨୦୨୬ ହେବ।ଏହି ବିଶାଳ ତଥ୍ୟ ସଂଗ୍ରହ ପାଇଁ ୩୪ ଲକ୍ଷରୁ ଅଧିକ ଗଣନାକାରୀ ଓ ସୁପରଭାଇଜର ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କର୍ମଚାରୀ ନିୟୋଜିତ ହେବେ। ଏହା ଭାରତର ୧୬ତମ ଜନଗଣନା ଓ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ୨୦୧୧ରେ ଶେଷ ଜନଗଣନା ହୋଇଥିବା ବେଳେ ୨୦୨୧ରେ କୋଭିଡ-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।ଜନଗଣନା ୨୦୨୭ ଭାରତର ସବୁଠାରୁ ବ୍ୟାପକ ଓ ପ୍ରଯୁକ୍ତିଗତ ଭାବେ ଉନ୍ନତ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ, ଯାହା ଦେଶର ଜନସାଂଖ୍ୟିକ, ସାମାଜିକ ଓ ଅର୍ଥନୈତିକ ଚିତ୍ରକୁ ବିସ୍ତୃତ ଭାବେ ଉପସ୍ଥାପନ କରିବ। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ