ଭୁବନେଶ୍ଵର : ଆମେରିକାର ଜିଏଫ୍ଏସ୍ ମଡେଲ ବର୍ତ୍ତମାନ ଏମିତି ଏକ ଆକଳନ କରିଛି, ଯେଉଁଥିରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହା ୧୯୯୯ ମସିହା ମହାବାତ୍ୟାର ଇତିହାସକୁ ଦୋହରାଇବ ବୋଲି ଆକଳନ କରାଯାଉଛି। ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ସେପଟେ ଲଘୁଚାପ ଓ ଅବପାତ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବର୍ତ୍ତମାନ୍ ସୁଦ୍ଧା କେବଳ ୨୧ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଏବଂ ୨୩ ସୁଦ୍ଧା ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ଏହା କ୍ରମଶଃ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଓଡିଶା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନି। ୨୧ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିବା ଲାଗି କୁହାଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ନେଇ ଆକଳନ କରିହେବ।

More Stories
ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |