ବାସୁଦେବପୁର,୨୦ା୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍ଡିଂ ଦୋକାନରେ ସେ କାମ କରୁଥିଲେ।
ରବିବାର ଅପରାହ୍ନରେ ଦୋକାନ ନିକଟରେ ଥିବା ଜଣେ ବ୍ୟକ୍ତି ତାଙ୍କ ଗାଈକୁ ବାନ୍ଧିଥିଲେ। ରାଜନ ଗାଈଟିକୁ ପାଖରେ ଥିବା ଏକ ପରିତ୍ୟକ୍ତ ଗୃହ ଭିତରକୁ ନେଇ ବଳାତ୍କାର କରିଥିଲେ। ଗାଈ ମାଲିକ ଗାଈକୁ ଖୋଜି ଖୋଜି ସେଠି ପହଞ୍ଚି ରାଜନଙ୍କୁ ଧରିଥିଲେ। ଗ୍ରାମର ଯୁବକମାନେ ଅଭିଯୁକ୍ତଙ୍କୁ ଧରି ବାନ୍ଧି ପକାଇ କସିଆ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ସାବିତ୍ରୀ ପଣ୍ଡା ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏନେଇ ଥାନାରେ କେସ୍ ନମ୍ବର ୧୪୭/୨୫ରୁଜୁ କରାଯାଇ ଥିବା ବେଳେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |