ନୂଆଦିଲ୍ଲୀ,୨୩।୧୦: ଦିଲ୍ଲୀରେ ଏକ ବଡ଼ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରକ ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି।
ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଫଳରେ ପୋଲିସ ଗୁଳିରେ ୪ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।
ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆ Xରେ ଏନ୍କାଉଣ୍ଟରର ଏକ ଭିଜୁଆଲ ଜାରି କରାଯାଇଛି। ଯେଉଁଠାରେ ରାତି 2.20ରେ ୪ଜଣ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଏବଂ ବିହାର ପୋଲିସ ଟିମ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,