ସମ୍ବଲପୁର: ଟଙ୍କା ନେଇ ମିଛ ଚାକିରି ଦେବା ଅଭିଯୋଗରେ ସମ୍ବଲପୁର ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍ ୬୨ ଲକ୍ଷ ଟଙ୍କା ଜବତ କରିଛି। ଟଙ୍କା ନେଇ ମିଛ ଚାକିରୀ ଦେବା ସହ ମିଛ କାମ କରାଉଥିବା ଅଭିଯୋଗରେ ସମ୍ବଲପୁର ପୁଲିସ ନିକଟକୁ ଆସିଥିଲା । ଏଣୁ ପୁଲିସ ପକ୍ଷରୁ ଜିଲ୍ଲାରେ ନଜର ରଖାଯାଇଥିବାବେଳେ ଗତକାଲି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଅଞ୍ଚଳରେ ଏକ ବଡ଼ ଜନସମାଗମ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ୨ କୋଟି ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି। ତେବେ ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଲାଇଥିବା ଏସପି କହିଛନ୍ତି। ଏମାନେ ଜଣଙ୍କୁ ଚାକିରୀ ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିବା ଏସପି କହିଛନ୍ତି। ତେବେ ବୁର୍ଲା ପୁଲିସର ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଳୟା ତାଣ୍ଡି ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆର୍ମ୍ୟାକ୍ସ-ପ୍ରାଇଭେଟ୍ ଲିମିଟେଡ୍ ନାଁ ରେ ଗୋଟିଏ ମିଛ କମ୍ପାନୀ ମଧ୍ୟ ଖୋଲିଥିବା ଏସପି କହିଛନ୍ତି। ମିଛ ନିଯୁକ୍ତି ଦେଇଥିବା ଲୋକଙ୍କୁ କିଛି ଦିନ ମିଛ କାମ ମଧ୍ୟ କରାଇଛନ୍ତି ବୋଲି ଏସପି କହିଛନ୍ତି।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ