ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି ଥରେ ଏନଡିଏ ସରକାର ଆସିବାକୁ ଦାବି କରୁଛନ୍ତି । ସମଗ୍ର ବିହାର ସୁଶାସନର ସରକାର ଚାହୁଁଛି । ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।
ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ପ୍ରଥମେ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସମସ୍ତିପୁର ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ । ମୋଦୀ କହିଛନ୍ତି ଆସନ୍ତାକାଲି ଛଠ ପର୍ବ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରତିଶ୍ରୁତି ଦେଇ ମୋଦୀ କହିଛନ୍ତି ଗରିବଙ୍କୁ ମାଗଣା ଚିକିତ୍ସା, ଘର, ଖାଦ୍ୟ ଶସ୍ୟ ଯୋଗାଇ ଦେଉଛି ଏନଡିଏ ସରକାର ।
ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲା ଆମ ସରକାର । ସାଧାରଣ ଜନତାଙ୍କୁ ୧୦ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିଲା । ଏନଡିଏ ସରକାର ଗରିବମାନଙ୍କୁ ଡାକ୍ତିରୀ ଶିକ୍ଷା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଥିଲେ । ଆମ ସରକାର ଓବିସି ବର୍ଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଛି । ଏନଡିଏ ସରକାର ନୂତନ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏବେ ଗରିବ ଛାତ୍ରମାନେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ । ଜାମିନରେ ଥିବା ଲୋକଙ୍କ ଉପରେ ଚୋରି ଅଭିଯୋଗ ଅଛି । ଏବେ ସେମାନେ ବିହାରର ଲୋକଙ୍କ ଅଧିକାର ଚୋରି କରିବେ । ଆମେ ସୁଶାସନକୁ ସମୃଦ୍ଧିରେ ପରିଣତ କରିଛୁ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…