ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ ନିକଟ ନଦୀର ଜଳସ୍ତର ବଢ଼ିଯାଇଥିଲା। ଫଳରେ, ବାଦପୁର ଗାଁର ସୁନିତା ଦଳେଇ ନାମ୍ନୀ ୩୦ ବର୍ଷୀୟା ଗର୍ଭବତୀ ମହିଳା ତାଙ୍କ ଦୁଇ ପିଲାଙ୍କ ସହିତ ନଦୀ ପାର ହୋଇ ନ ପାରି ଫସି ରହିଥିଲେ।
ଆର୍. ଉଦୟଗିରି ବିଡିଓଙ୍କଠାରୁ ଖବର ପାଇ ଆର୍. ଉଦୟଗିରି ଅଗ୍ନିଶମ କେନ୍ଦ୍ରର ଏକ ଦଳ ସହକାରୀ ଷ୍ଟେସନ ଅଧିକାରୀ ଏମ୍. ଫକୀର ପାତ୍ରଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଗ୍ନିଶମ କର୍ମଚାରୀମାନେ ଇନ୍ଫ୍ଲାଟେବୁଲ୍ ବୋଟ୍ ସାହାଯ୍ୟରେ ସତର୍କତାର ସହିତ ନଦୀସ୍ରୋତ ମଧ୍ୟରୁ ଫସି ରହିଥିବା ପରିବାରକୁ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ନିରାପଦ ସ୍ଥାନକୁ ସୁରକ୍ଷିତ ଭାବରେ ପାର କରିବାରେ ସାହାଯ୍ୟ କରିଥିଲେ l

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!