March 13, 2026

Now Odisha

Now Odisha

ସମ୍ବଲପୁରରେ ଜବ୍‌ ଫ୍ରଡ୍‌: ୬୪ ଲକ୍ଷ ଲୁଟି ଜୀବନ ହାରିଲେ ମହିଳା, ୬ ଶହ ଲୋକ…

Spread the love

ସମ୍ବଲପୁର,୨୭।୧୦: ଜବ୍‌ ଫ୍ରଡ୍‌ରେ ୬୪ ଲକ୍ଷ ଟଙ୍କା ଲୁଟି ଚାପରେ ପଡ଼ିଥିବା ଚିପିଲିମାର ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛନ୍ତି। ପ୍ରାୟ ୬୦୦ ଜଣଙ୍କୁ ଝାଡୁଦାର ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ ସ୍ୱର୍ଣ୍ଣପ୍ରଭା।

ମାଷ୍ଟରମାଇଣ୍ଡ୍‌ ରାହୁଲ ଓ ପଦ୍ମାଙ୍କୁ ୬୪ ଲକ୍ଷ ଟଙ୍କା ଦେଇଥିବା ବେଳେ ଚାକିରି ନ ମିଳିବାରୁ ଗିରଫ୍‌ ହୋଇଥିଲେ ରାହୁଲ-ପଦ୍ମା। ଏହା ପରେ ଚାକିରି ଆଶାୟୀମାନେ ସ୍ୱର୍ଣ୍ଣପ୍ରଭାଙ୍କ ଚିପିଲିମା ଘରେ ଭିଡ଼ ଜମାଇ ଟଙ୍କା ଫେରସ୍ତ ଦାବି କରିଥିଲେ। ଚାପଗ୍ରସ୍ତ ହୋଇ ଉପାୟ ନ ପାଇ ସ୍ୱର୍ଣ୍ଣପ୍ରଭା ବିଷ ପିଇ ଆତ୍ମହତ୍ୟା କରିଥିଲେ।

ପୋଲିସ ଘଟଣାର ତଦନ୍ତ କରୁଛି। ଏଭଳି ଫ୍ରଡ୍‌ରୁ ଲୋକମାନଙ୍କୁ ସାବଧାନ ରହିବାକୁ ପୋଲିସ ପରାମର୍ଶ ଦେଇଛି।

error: Content is protected !!