ଗଜପତି: ସାମୁଦ୍ରିକ ଝଡ ମନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ତିନି ଦିନ ହେଲା ତୁହାକୁ ତୁହା ବର୍ଷା ଜାରି ରହିଛି । ଏହି ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ, ରାସ୍ତା ଧୋଇଯିବା ଆଦି ଘଟଣାମାନ ଲାଗି ରହିଛି । ତେବେ ଆଜି ପ୍ରତ୍ୟୁଷରୁ ରାୟଗଡ ବ୍ଲକ ଅନ୍ତର୍ଗତ ଶାଙ୍କୁଡା-ଖିଲିଗଣ୍ଡା ଘାଟି ରାସ୍ତାରେ ପାହାଡ ଧସିଥିବାର ଜଣାପଡିଛି । ଫଳରେ ଖିଲିଗଣ୍ଡା, ଶାଙ୍କୁଡା, ବୋଣ୍ଡା ଆଦି ଗ୍ରାମାଞ୍ଚଳର ଏକ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ରାସ୍ତା ଉପରେ ପଡିଥିବା ମାଟି ଗୁଡିକୁ ବାହାର କରିବା ପାଇଁ ମେସିନ ନେଇ ଯାଉଥିବାର ବିଭାଗୀୟ ଯନ୍ତ୍ରୀ କହିଛନ୍ତି । ସେହିପରି ବର୍ଷା ପ୍ରଭାବରେ ଅବାପୁର-କରଣସାହି ରାସ୍ତାରେ ପାଣି ଭାସୁଛି । ଫଳରେ ଏହି ଅଞ୍ଚଳରେ ୩୦୦ରୁ ଉର୍ଦ୍ଧ ଜନସାଧାରଣ ଯାତାୟତ କରିବାରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |