ଗଜପତି: ସାମୁଦ୍ରିକ ଝଡ ମନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ତିନି ଦିନ ହେଲା ତୁହାକୁ ତୁହା ବର୍ଷା ଜାରି ରହିଛି । ଏହି ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ, ରାସ୍ତା ଧୋଇଯିବା ଆଦି ଘଟଣାମାନ ଲାଗି ରହିଛି । ତେବେ ଆଜି ପ୍ରତ୍ୟୁଷରୁ ରାୟଗଡ ବ୍ଲକ ଅନ୍ତର୍ଗତ ଶାଙ୍କୁଡା-ଖିଲିଗଣ୍ଡା ଘାଟି ରାସ୍ତାରେ ପାହାଡ ଧସିଥିବାର ଜଣାପଡିଛି । ଫଳରେ ଖିଲିଗଣ୍ଡା, ଶାଙ୍କୁଡା, ବୋଣ୍ଡା ଆଦି ଗ୍ରାମାଞ୍ଚଳର ଏକ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ରାସ୍ତା ଉପରେ ପଡିଥିବା ମାଟି ଗୁଡିକୁ ବାହାର କରିବା ପାଇଁ ମେସିନ ନେଇ ଯାଉଥିବାର ବିଭାଗୀୟ ଯନ୍ତ୍ରୀ କହିଛନ୍ତି । ସେହିପରି ବର୍ଷା ପ୍ରଭାବରେ ଅବାପୁର-କରଣସାହି ରାସ୍ତାରେ ପାଣି ଭାସୁଛି । ଫଳରେ ଏହି ଅଞ୍ଚଳରେ ୩୦୦ରୁ ଉର୍ଦ୍ଧ ଜନସାଧାରଣ ଯାତାୟତ କରିବାରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…