ଟିଟିଲାଗଡ଼: ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଉମାକାନ୍ତ ମହାକୁର । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜୋରିମାନା କରାଯାଇଥିଲା । ଜୋରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ରମେଶଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଛନ୍ତି । ଏନେଇ ସଂପୃକ୍ତ ଅଧିକାରୀଙ୍କ ଟିଟିଲାଗଡ଼ ଓ ବଲାଙ୍ଗୀର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…