January 25, 2026

Now Odisha

Now Odisha

କେନାଲରେ ବୁଡି ଯୁବକ ମୃତ୍ୟୁ |

Spread the love

ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଦୁଇଟା ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୂଚନାରୁ ଜଣାଯାଏ ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ପଞ୍ଚୁପଡ଼ା ସାହିର ଲକ୍ଷ୍ମୀଧର ପରିଡାଙ୍କ ୩୪ ବର୍ଷୀୟ ପୁଅ ମାନସ ପରିଡା ଗାଁ ନିକଟରେ ଯାଇଥିବା ରେଙ୍ଗାଳି ବାମ ପାର୍ଶ୍ଵ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ମାନସ ଘରକୁ ଫେରିଵା ବିଳମ୍ବ ହେବାରୁ ଘର ଲୋକେ ଖୋଜିଥିଲେ ଖୋଜିବା ବେଳେ କେନାଲ ଉପରେ ମାନସଙ୍କ ଚପଲ ଥିବାରୁ ଏହାକୁ ପରିବାର ଚିହ୍ନଟ କରି ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ । ଖବର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କେନାଲ ପାଣିରେ ପଶି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ମାନସକୁ ପାଇ ଉପରକୁ ଆଣିଥିଲେ କିନ୍ତୁ ସେତେ ବେଳକୁ ମାନସର ପ୍ରାଣବାୟୁ ଉଡି ସାରିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇ ତଦନ୍ତ ଚଳାଇଛନ୍ତି । କେନାଲରେ ପ୍ରଖର ପାଣି ଯାଉଥିବାରୁ ମାନସଙ୍କ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏପରି ଦୁଃଖଦ ଘଟଣା ଘଟିବା ଦ୍ବାରା ପରିବାର ,ବନ୍ଧୁବାନ୍ଧବ ମାନଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।ମାନସଙ୍କର ଅଢେଇ ବର୍ଷର ଝିଅ ଥିବା ଜଣାପଡିଛି ।(

error: Content is protected !!