ଭୁବନେଶ୍ୱର,୨୯।୮: ଆଜି ଓଡ଼ିଶା ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଓମ ବିର୍ଲା ଉଦ୍ବୋଧନ ଦେଇ କହିଛନ୍ତି, ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ । ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା। ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କୁ ସେମାନଙ୍କ ଅଧିକାର ଦେବାକୁ ହେବ। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାଟିରୁ ଆସିଛନ୍ତି। ଦେଶର ଲୋକତନ୍ତ୍ର, ଗଣତନ୍ତ୍ରର ଶକ୍ତି ପୂରା ବିଶ୍ୱକୁ ଅବଗତ କରାଉଛନ୍ତି। SC/ST ବଜେଟ ଆବଣ୍ଟନର ସମୀକ୍ଷା ହେବା ଜରୁରୀ। ରୋଜଗାର ଆର୍ଥିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ। କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ଚିନ୍ତା କରିବା ଜରୁରୀ, ଆବଶ୍ୟକତା ଅନୁସାରେ ସେମାନଙ୍କୁ ଅଧିକାର ଦେବାକୁ ହେବ।
ଅନ୍ୟପଟେ, SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ । ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ। ୨୩% ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ। ନିକଟରେ ନିଟ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲି। ଆମର ବର୍ତ୍ତମାନ ଭଲ ଅଛି, ଭବିଷ୍ୟତ ଆହୁରି ଭଲ ରହିବ। ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି। ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡ଼ନ ସହିଥିଲୁ। ଅସ୍ପୃଶ୍ୟତାର ଶିକାର ହୋଇଥିଲୁ, କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା। ଆମେ ସଶକ୍ତୀକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି। ଆମର ଉତ୍ଥାନ ନ ହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

More Stories
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ