ଭୁବନେଶ୍ବର(୨୯/୦୯/୨୩):ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ୩ ଟି,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ ରେ ୨ ଟି ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ରେ ୨ ଟି ମ୍ୟାଚ ଖେଳା ଯାଇଥିଲା।ଇଡକୋ ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ଓଡିଶା ଦଳ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ବିନିମୟରେ ୫୯ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଆନ୍ଧ୍ରପ୍ରଦେଶ ୯ ଓଭର ଖେଳି ୫୯ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚ ରେ ହରିୟାଣା ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ବିନିମୟରେ ୭୦ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଦିଲ୍ଲୀ ୮ ଓ୍ବିକେଟ ବିନିମୟରେ ୬୯ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ହାଇଟେକ ପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ଦଳ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ବିନିମୟରେ ୬୩ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ତେଲେଙ୍ଗାନା ୯ଓଭର ରେ ୬ ଓ୍ବିକେଟ ବିନିମୟରେ ୬୪ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।୨ୟ ମ୍ୟାଚରେ ବିହାର ଦଳ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ ୮୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ମଧ୍ୟପ୍ରଦେଶ ୯ ଓଭର ରେ ୫ ଓ୍ବିକେଟ ବିନିମୟରେ ୮୨ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ଇଷ୍ଟକୋଷ୍ଟ ଖେଳପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମହାରାଷ୍ଟ୍ର ଦଳ ପ୍ରଥମେ ବ୍ୟାଟିଂ କରି ୪ ଓ୍ବିକେଟ ବିନିମୟରେ ୮୦ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି କର୍ଣ୍ଣାଟକ ୭ ଓ୍ବିକେଟ ବିନିମୟରେ ୬୦ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚରେ ବେଙ୍ଗଲ ଦଳ ପ୍ରଥମେ ବ୍ୟାଟିଂ କରି ୨ଓ୍ବିକେଟ ବିନିମୟରେ ୧୦୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଗୁଜୁରାଟ ଦଳ ୮ଓ୍ବିକେଟ ରେ ୬୭ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି। ସେହିଭଳି ୩ୟ ମ୍ୟାଚରେ ଜାମ୍ମୁ କାଶ୍ମୀର ପ୍ରଥମ ବ୍ୟାଟିଂ କରି ୩ ଓ୍ବିକେଟ ବିନିମୟରେ ୧୧୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଛତିଶଗଡ ଦଳ ୪ ଓ୍ବିକେଟ ବିନିମୟରେ ୬୨ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ଆଜିର ମୁଖ୍ୟ ଅତିଥୀ ଭାବ ରେ ଅଲମ୍ପିଆନ ଅନୁରାଧା ବିଶ୍ବାଳ ଓ ପୂର୍ବତନ ୮ ଥର ଜାତୀୟ ସାଇକେଲିଙ୍ଗ୍ ଚାମ୍ପିୟନ ମିନତୀ ମୋହାପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ ପୁରଷ୍କୃତ କରିଥିଲେ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି