କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ମହାବିରୋଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାରେ ପାଟ୍ରୋଲିଂ କରିବାବେଳେ ଜଣେ ଯୁବକଙ୍କ ଆକ୍ରମଣରେ ପୁଲିସ ଏଏସ୍ଆଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟା ୩୫ରେ ମହାବିରୋଡ଼ ଥାନା ଏଏସ୍ଆଇ ସୁରସିଂହ ବାର୍ଲା ଓ ରମାକାନ୍ତ ପୁହାଣ ତୋରଡ଼ାନାଳି ଗାଁ ପୋଲ ନିକଟରେ ପାଟ୍ରୋଲିଂ କରୁଥିଲେ।
ରାସ୍ତାରେ ପୁଲିସ ଯାନବାହନ ଯାଞ୍ଚ କରୁଥିବା ସମୟରେ ତୋରଡ଼ାନାଳି ଗ୍ରାମର ଅରବିନ୍ଦ ସାହୁ (୨୩) ଏକ ବୁଲେଟ୍ରେ ଆସି ଗାଳିଗୁଲଜ କରିବା ସହ ଏଏସ୍ଆଇ ଶ୍ରୀ ବାର୍ଲାଙ୍କ ଉପରେ ବୁଲେଟ୍ ଚଢ଼ାଇ ଦେଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ବାର୍ଲାଙ୍କୁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଆଜି ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତ ଯୁବକକୁ ପୁଲିସ କୋର୍ଟଚାଲାଣ କରିବା ସହ ତାଙ୍କ ବୁଲେଟ୍ ମଟରସାଇକେଲକୁ ଜବତ କରିଥିବା ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା ସୂଚନା ଦେଇଛନ୍ତି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା