ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ଅଞ୍ଚଳରେ ଅଜା ନିଜ ସମ୍ପର୍କୀୟ ନାବାଳିକା ନାତୁଣୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗର୍ଭବତୀ କରାଇବା ଘଟଣା ମନରୁ ନଳିଭୁଣୁ ପୁଣି ଏହି ଥାନା ଅଧୀନ ହରିପୁର ଅଞ୍ଚଳରେ ଟ୍ୟାପ୍ରୁ ପାଣି ପିଉଥିବାବେଳେ ନାବାଳିକାକୁ ଛୁରୀ ଦେଖାଇ ବଳପୂର୍ବକ ଟେକି ନେଇ ଧାନ ଖେତରେ ଦୁଷ୍କର୍ମ କରିଛି ସ୍ଥାନୀୟ ଅଞ୍ଚଳର ଯୁବକ l ଗାଁ ବୈଠକରେ ସମାଧାନ ନହେବାରୁ ଶୁକ୍ରବାର ସନ୍ଧ୍ୟାରେ ମାଆର ଲିଖିତ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ପୁଲିସ l
ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗ ଅନୁଯାଇ ଗତ ୧୨ ତାରିଖ ବୁଧବାର ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ ତାଙ୍କ ୧୩ ବର୍ଷୀୟା ନାବାଳିକା ଝିଅ ନିଜ ସାଙ୍ଗ ଘରୁ ଫେରିବା ସମୟରେ ଗାଁ ରେ ଲାଗିଥିବା ସୋଲାର ପାଣି ଟେପରୁ ପାଣି ପିଉଥିଲେ l ସେହି ସମୟରେ ଉକ୍ତ ଗ୍ରାମ ଅଧୀନ ଜରକାସାହିର ଟେମ୍ପା ମାଝୀ ଜୋରଜବରଦସ୍ତ ଛୁରୀ ଦେଖାଇ ସେହି ସ୍ଥାନରୁ ଟେକି ନେଇ ପାଖ ଧାନ ବିଲରେ ନାବାଳିକାର ପାଟିକୁ ଚାପି ଧରି ଦୁଷ୍କର୍ମ କରି ସେହି ସ୍ଥାନରୁ ଚମ୍ପଟ ମାରିଥିଲାl ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନଫେରିବାରୁ ପରିବାରବର୍ଗ ଏଣେତେଣେ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳିକା ଜଣକୁ ପାଇନଥିଲେl ପରେ କିଛି ସମୟ ପରେ ପିଡିତା ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚି ତାର ବାପା ଏବଂ ମା ଙ୍କ ଆଗରେ ସବୁ କଥା ପ୍ରକାଶ କରିଥିଲା ।
ଗାଁ ବୈଠକରେ ହୋଇପାରିଲାନି ସମାଧାନ
ତେବେ ପ୍ରଥମେ ଏ ନେଇ ଗାଁରେ ଏକ ବିଚାର କରିବା ପାଇଁ ବୈଠକ ବସିଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନଥିବାରୁ ପରିବାରବର୍ଗ ଶୁକ୍ରବାର ସନ୍ଧ୍ୟାରେ ବୈଶିଙ୍ଗା ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପୀଡିତାଙ୍କର ଲିଖିତ ଅଭିଯୋଗ କ୍ରମେ ବୈଶିଙ୍ଗା ପୁଲିସ ୫୮୦/୨୫ ନଂରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି l

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |