ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦଫା ୧୧୦ ଅଧୀନରେ ଜେଲରେ ଥିବା ଚାମ୍ବା ଦୁଇଦିନ ତଳେ ଜେଲରୁ ଫେରିଥିଲା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ ।
ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲା। ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ ଅ ଦେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା