January 27, 2026

Now Odisha

Now Odisha

କେନ୍ଦ୍ରାପଡ଼ା ପୋଲିସକୁ କେନ୍ଦୁଝରରେ ଆକ୍ରମଣ: ପୋଲିସଠାରୁ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଲେ ଦୁର୍ବୃତ୍ତ ||

Spread the love

କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଞ୍ଚଳକୁ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି କେନ୍ଦ୍ରାପଡ଼ା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଯାଉଥିବାବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ନନ୍ଦୀପଦା ପୋଲିସ କେସ୍‌ ନଂ ୩୬୨/୨୫ରେ ଏକ ମାମଲା ରୁଜୁ କରିଛି।

ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲା ସଦର ଥାନା ପୋଲିସ ଏକ ମାମଲାରେ ଶାଳନିଆଁ ଅଞ୍ଚଳରୁ ନନ୍ଦୀପଦା ଥାନା ପୋଲିସ ସହାୟତାରେ ଜଣେ ଅଭିଯୁକ୍ତଙ୍କୁ ଧରି କେନ୍ଦ୍ରାପଡ଼ା ଯାଉଥିଲେ। ସାହାପୁର-ଜଳେଶ୍ୱରପୁର ଯିବା ବାଟରେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ କେନ୍ଦ୍ରାପଡ଼ା ପୋଲିସକୁ ଆକ୍ରମଣ କରିଥିଲେ। ମୋଟ୍‌ ୫ ପୋଲିସ କର୍ମଚାରୀ କେନ୍ଦ୍ରାପଡ଼ାରୁ ଆସିଥିଲେ। ସେମାନଙ୍କ ଶରୀରରେ କ୍ଷତଚିହ୍ନ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ପୋଲିସର ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ନନ୍ଦୀପଦା ଥାନାଧିକାରୀ କହିଛନ୍ତି।

error: Content is protected !!