March 14, 2026

Now Odisha

Now Odisha

ଭଦ୍ରକ ବିଧାୟକଙ୍କ ଅଭିନ୍ୱ ପ୍ରୟାସ, ଗୋ ମାତାଙ୍କ ଦୁର୍ଘଟଣାର ସୁରକ୍ଷା ପାଇଁ ୫୦ ଟି ଗଳା ପଟି ବାନ୍ଧିଲେ

Spread the love

ନିକଟ ଅତୀତରେ ରାନ୍ଦିଆ ପଞ୍ଚାୟତରେ ବଢ଼ୁଥିବା ଗୋମାତାଙ୍କ ଦୁର୍ଘଟଣାଗୁଡ଼ିକୁ ଗୁରୁତ୍ୱ ଦେଇ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ମାର୍ଗଦର୍ଶନରେ ଏକ ଗୁଣାତ୍ମକ ପ୍ରୟାସ ଆରମ୍ଭ ହୋଇଛି। ରାତିରେ ଗୋମାତାଙ୍କୁ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ୫୦ଟି ପ୍ରତିଫଳକ ଗଳା ପଟି ବେକରେ ବନ୍ଧାଯାଇଛି।ଯାହା ଆଲୋକ ପ୍ରତିଫଳନ ମାଧ୍ୟମରେ ଚାଳକମାନଙ୍କୁ ସଚେତନ କରି ଗୋମାତାଙ୍କ ଜୀବନରକ୍ଷାରେ ଦୃଶ୍ୟମାନ ଭୂମିକା ଲିଭାଇବ। ବିଧାୟକଙ୍କ ମତ”ଜୀବମାତ୍ର ପ୍ରତି ସମ୍ବେଦନା ହେଉଛି ଆମ ସଂସ୍କୃତିର ପ୍ରାଣ, ପ୍ରତ୍ୟେକ ପ୍ରାୟୋଗିକ ପଦକ୍ଷେପ ସେବାର ସତ୍ୟ ଅର୍ଥକୁ ପ୍ରକାଶ କରେ।”। ଏହି ପ୍ରକଳ୍ପ ସଫଳ ହେଲେ ଆଗାମୀ ଦିନରେ ବ୍ୟାପକ ଭାବେ ଘଟୁଥିବା ରାଜପଥର ଅନେକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ।

error: Content is protected !!