ଚଣ୍ଡିଖୋଲ ଛକ ଅବରୋଧ ଉଛେଦ ପାଇଁ ପୋଲିସର ପ୍ରୟାସକୁ ସାଧାରଣରେ ସ୍ୱାଗତ


ବଡଚଣା,୭/୧୦ ( ପ୍ରଦ୍ୟୁମ୍ନ କୁମାର ଓଝା )- ତିନୋଟି ଜାତୀୟ ରାଜପଥ ସଂଗମ ସ୍ଥଳ ଚଣ୍ଡିଖୋଲ ଛକରେ ଦିନକୁ ଦିନ ଅବରୋଧ ବୃଦ୍ଧି ପାଇବାରୁ ଯାତାୟତରେ ଘୋର ବ୍ୟାଘାତ ସୃଷ୍ଟି ହେଉଅଛି।ଏ ବିଷୟରେ ଜିଲ୍ଲାପାଳ,ରାଜପଥ ଅଧିକାରୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିଲେ। ବସ ରହଣି ପାଇଁ ନିର୍ମାଣ ହୋଇଥିବା ସ୍ଥାନକୁ ଜବର ଦଖଲ କରି ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିବା। ରାଜପଥ ପାର୍ଶ୍ୱବର୍ତୀ ରାସ୍ଥା ଓ ଡ୍ରେନ ଉପରେ ଜବର ଦଖଲ କରି ବ୍ୟବସାୟ କରିବାରୁ ଯାତାୟତରେ ଘୋର ବ୍ୟାଘାତ ସୃଷ୍ଟି ହେଉଅଛି। ବଡଚଣା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ସ୍ଥାନୀୟ ବୃଦ୍ଧୀଜିବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକମାନେ ସମସ୍ୟା ପ୍ରତି ଅଭିଯୋଗ କରିଥିଲେ। ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ। ତିନି ଦିନ ମଧ୍ୟରେ ବେଆଇନ ଅବରୋଧ ହଟାଇବା ପାଇଁ ଆଜି ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଅଛି। ଯଦି ଅବରୋଧ କରିଥିବା କୌଣସି ବ୍ୟବସାୟୀ ଏଥିରେ ଅବମାନନା କରିବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଘୋଷଣା କରାଯାଇଛି। ନୂତନ ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କ ଏହି ପ୍ରୟାସକୁ ସାଧାରଣରେ ବେଶ ପ୍ରସଂଶା କରାଯିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଅଧିବାସୀ କହିଛନ୍ତି।


error: Content is protected !!