ଖଜୁରାହୋ


ଛତରପୁର ଜିଲ୍ଲା ମଧ୍ୟପ୍ରଦେଶ ଏଠାରେ ଚଣ୍ଡେଲା ବଂଶୀୟ ରାଜାମାନେ ଖ୍ରୀ 950 ରୁ 1050 ମଧ୍ୟରେ ମୋଟ 85 ଟି ମନ୍ଦିର ନିର୍ମାଣ କରିଥିଲେ, ଯାହା ମଧ୍ୟରେ 25 ଟି ମନ୍ଦିର ଏବେ ମଧ୍ୟ ନିଖୁଣ ଭାବରେ ଅଛି lଏହି ମନ୍ଦିର ମାନଙ୍କ ମଧ୍ୟରୁ ଶ୍ରୀ ଶ୍ରୀ ବରାହ ସ୍ୱାମୀ ମନ୍ଦିରଟି ଏକ ପ୍ରସିଦ୍ଧ ବୈଷ୍ଣବ ମନ୍ଦିର lବରାହ ଅବତାର ବିଷ୍ଣୁଙ୍କର ନିର୍ମାଣ ଶୈଳୀ ଚିରାଚରିତ ଭଳି ନୁହେଁ l ଏକ ବିଶାଳ କାୟ 30 ଟନ ଓଜନର ବରାହ ମୂର୍ତ୍ତି ଏକ ମୋନୋ ବ୍ଲକ khandolite ପଥର ରେ ନିର୍ମିତ ହୋଇ ଏକ ସ୍ୱତନ୍ତ୍ର କୋଠରୀ ରେ ସ୍ଥାପିତ l ବରାହ ଙ୍କ ମୂର୍ତ୍ତି ଦେହରେ ମୋଟ 684 ଦେବା ଦେବୀଙ୍କର ବିଗ୍ରହ ଖୋଦେଇ କରା ଯାଇଛି l ତନ୍ମଧ୍ୟରୁ ବରାହ ବିଷ୍ଣୁ ଙ୍କର ନାସାରେ ମାତା ଭୂଦେବୀ (ପୃଥିବୀ) ଙ୍କର ବିଗ୍ରହ ରହିଛି l


error: Content is protected !!