ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ବାରକୋଟ ଥାନା ପୋଲିସ କେନ୍ଦୁଝର ଜିଲା ତେଲକୋଇ ଥାନା ବେରିଡା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ସୁରେଶ ପରିଡା (୧୯) ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ତେଲକୋଇ ଥାନା ବେରିଡା ଗ୍ରାମର ସୁରେଶ ଦେବଗଡ ଜିଲା ବାରକୋଟ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇବା ସହ ପ୍ରେମଜାଲରେ ଫସାଇ ଅପହରଣ କରି ନେଇଥିଲେ।ଏନେଇ ଅପହୃତା ନାବାଳିକାଙ୍କ ବାପା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ଅଭିଯୋଗ ଅଧାରରେ ବାରକୋଟ ଥାନା ପୋଲିସ ଗତ ଅକ୍ଟୋବର ମାସ ୧୦ ତାରିଖରେ ସୁରେଶ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିଲା। ସେହିପରି ଅପହୃତା ନାବାଳିକାଙ୍କୁ ତେଲକୋଇ ଅଞ୍ଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେଶକୁ ଗିରଫ କରିଥିଲା। ତଦନ୍ତ ବେଳେ ନାବାଳିକା ଜଣଙ୍କ ବଳାତ୍କାର ଶିକାର ହୋଇଥିବା ଜଣାପଡ଼ିବା ପରେ ପୋଲିସ ଅପହରଣ ଏବଂ ବଳାତ୍କାର ସମେତ ପୋକ୍ସୋ ଭଳି ବିଭିନ୍ନ ଦଫାରେ ସୁରେଶକୁ ଗିରଫ କରି ମଙ୍ଗଳବାର ସାରେ କୋର୍ଟଚାଲାଣ କରାଯାଇଥିଲା। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ